ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଶୁଣି : ପ୍ରଧାନ ଶିକ୍ଷକ ଥାନାରେ ଦେଲେ ଏତଲା

13

ବାଲିଗୁଡା,୨୩/୯ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଦ୍ରୀଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁଣି ଥରେ ଅଭାବନିୟ ଘଟଣା ନାବାଳିକା ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପଢ଼ନ୍ତି । ପାଠ ପଢୁଥିବା ସମୟରେ ହଠାତ ତାଙ୍କର ଦେହ ଖରାପ ହେବାରୁ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ହରିଶ ଚନ୍ଦ୍ର ପ୍ରଧାନ ଗର୍ଭବତୀ ଥିବାର ଜାଣିବାକୁ ପାଇଲେ । ଏହା ଶୁଣି ପ୍ରଧାନ ଶିକ୍ଷକ ବାଲିଗୁଡା ଥାନାରେ ଏତଲା ଦେଇଥିଲେ, ଏହାକୁ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା କେଶ ନମ୍ବର 116/2019 ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି । ଶୁଣିବାକୁ ମିଳୁଛି ନାବାଳିକାର ବାପା ଓ ମା ସମସ୍ତେ ବାଳକର ବାପା ଓ ମା ମିଶି ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ବୋଲି ପରିବାରଙ୍କ ତରଫରୁ କୁହାଯାଇଛି ।

ADVERTISEMENT