ଜଗଦଳପୁରରେ ଛେଳି ଚୋରି ଘଟଣା !

61

କୁକୁଡ଼ାଖଣ୍ଡି, ୨୩/୯(ଇ.ରଞ୍ଜନ ) : ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଜଗଦ଼ଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଛେଳି ଚୋରି କରିନେଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଜଗଦଳପୁର ଗ୍ରାମର ନେତାଜୀ ନଗରର ସୁନିଲ ଘଡେଇ ଛେଳି ବେପାରୀ ନିଜ ଘରପାଖରେ ବିକ୍ରି କରିବା ପାଇଁ ୬ ଟି ଛେଳି ରଖିଥିଲେ l କିନ୍ତୁ କିଛି ଦୁର୍ବୁତ୍ତ ଉକ୍ତ ୬ଟି ଛେଳିକୁ ବିଳମ୍ବିତ ରାତିରେ ଚୋରିକରି ନେଇଯାଇଥିଲେ l ସୁନିଲ ଶନିବାର ସକାଳୁ ଏହି ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ କିନ୍ତୁ ଛେଳିଙ୍କୁ ଖୋଜି ପାଇପାରିନଥିଲେ l ଏହି ଘଟଣା କୁ ନେଇ ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି lଏହା ପୂର୍ବରୁ ମଧ୍ୟ ଗ୍ରାମରେ ଛେଳି ହଜିଥିବା ଘଟଣା ଘଟିଛି ,ଏବଂ ଥାନାରେ ଅଭଯୋଗ ହଇଥିବା ଶୁଣିବାକୁ ମିଳିଛି l ନିମଖଣ୍ଡି ଫାଣ୍ଡି ଅଧିକାରୀ କହିବା ଆନୁଯାଇ ଏକ ଇଣ୍ଡିଗୋ କାର ଓ ଏକ ସ୍କୁଟି ସମୟରେ ଉକ୍ତ ମାର୍ଗ ଦେଇ ଯାଇଥିବା କିଛିବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାପଡିଛି ପରେ ତାହା ସ୍ୱଷ୍ଟ ଭାବେ ତଦନ୍ତ ପରେ ଆସାମୀକୁ ଗିରଫ କରାଯିବ ବୋଲି କହିଛନ୍ତି ।

ADVERTISEMENT