ମଠମନ୍ଦିର ସେବାୟତ ମାନଙ୍କୁ ସରକାରୀ ଅନୁଦାନ ପାଇଁ ଦାବି

10

କୁକୁଡାଖଣ୍ଡି,୨୩/୯(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକର ଅନ୍ତର୍ଗତ ମସିହାଖାଲି ପଞାୟତର ସମସ୍ତ ମଠମନ୍ଦିର ସେବକମାନେ ସରକାରୀ ଅନୁଦାନ ସକାଶେ ମୁଖ୍ୟମନ୍ତୀଙ୍କୁ ସମିତି ସଭ୍ୟଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଶିବ ମନ୍ଦିର ପ୍ରାଗଂଣରେ ଅନୁଷ୍ଟିତ ସଭାରେ ଗଂଜାମ ଜିଲ୍ଲା ଅଧିକାରୀ କୃଷ୍ନଚନ୍ଦ୍ର ସାମନ୍ତରାୟ ମନ୍ଦିର ସେବକ ମାନଙ୍କୁ ଏକତ୍ରିତ କରି ସଂଘର ଶକ୍ତିକୁ ଆଗାମୀ ଦିନରେ ଶକ୍ତିଶାଳୀ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ସଂଘ ପ୍ରମୁଖ ସୁକାନ୍ତ ପଣ୍ଡା ବିଶାଳ ଜନସମାବେଶକୁ ଉଦବୋଧନ ଦେଇ ଥିଲେ । ଏହି କାଯ୍ୟକ୍ରମରେ ସମିତିସଭ୍ୟ ନରସିିଂହ ସାହୁ ଉପସ୍ଥିତ ରହିଥିଲେ

ADVERTISEMENT