ଭାରତୀୟ କ୍ରିକେଟର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ପରଲୋକ

10

ନୂଆଦିଲ୍ଲୀ, ୨୩/୯ (ଏଜେନସି ) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଅନେକ ଦିନ ହେବ ସେ ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଜ୍‌ କେଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅକ୍ଟୋବର ୫ତାରିଖ ୧୯୩୨ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୦ ମସିହାରେ ଜଣେ ଓପନର୍‌ ଭାବେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଥିଲେ। ଭାରତ ପାଇଁ ସେ ୭ଟି ଟେଷ୍ଟ ଖେଳି ୪୯.୫ ହାରରେ ୫୪୨ ରନ କରିଥିଲେ। ଏହାସହ ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

ADVERTISEMENT