ଶ୍ରୀରାମକୃଷ୍ଣ ଶାରଦା ସେବାସଂଘର କାର୍ଯ୍ୟକାରୀ କମିଟୀ ବୈଠକ

21

ବ୍ରହ୍ମପୁର, ୨୩/୯ (ସଂଜୟ ବିଶ୍ୱାଳ) : ବ୍ରହ୍ମପୁର ଉପକଣ୍ଠ ଆମ୍ବପୂଆ ନିକଟସ୍ଥ ଶ୍ରୀରାମକୃଷ୍ଣ ଶାରଦା ସେବାସଂଘ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ବାଳାଶ୍ରମର କାର୍ଯ୍ୟକାରୀ କମିଟୀର ଏକ ବୈଠକ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ରାଜ୍ୟପାଳ ପୁରଷ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ଓ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ତଥା ଅନୁଷ୍ଠାନର ଯୁଗ୍ମ ସଂପାଦକ ଅଜିତ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଶ୍ରମର କାର୍ଯ୍ୟକ୍ରମ ସମୀକ୍ଷା ସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଅନୁଷ୍ଠାନର ସଂପାଦକ ପଦ୍ମନାଭ ମହାରଣା ଅନୁଷ୍ଠାନର ବର୍ତ୍ତମାନର ସ୍ଥିତି ସଂପର୍କରେ ଅତିଥି ମାନଙ୍କୁ ଅବଗତ କରାଇଥିଲେ । ବାଳାଶ୍ରମରେ 40ରୁ ଅଧିକ ଜନ ଜାତିର ଶିଶୁଙ୍କ ଦୈନିକ ଖାଦ୍ୟ ଓ ଆନୁସଙ୍ଗିକ ଆବଶ୍ୟକତା ପୂରଣ କରିବା ପିଇଁ ଉପୁଜୁଥିବା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ଅନୁଷ୍ଠାନକୁ ଏକ ସ୍ବୟଂସମ୍ପୂର୍ଣ୍ଣ ବାଳାଶ୍ରମରେ ପରିଣତ କରିବା ସମାଜର ସମସ୍ତ ବର୍ଗର ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇ ଥିଲା। ନିକଟ ଭବିଷ୍ୟତରେ ଜିଲ୍ଲାପାଳଙାକୁ ସାକ୍ଷାତ କରିବା ପାଇଁ ରବି ରଥ,କାମରାଜୁ ମହାରଣା ଓ ସଂପାଦକ ପଦ୍ମନାଭ ମହାରଣାଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇ ଥିଲା ।

ADVERTISEMENT