ଆଧ୍ୟାତ୍ମିକ କର୍ମୀ ୟୁ.ସୁବାରାଓଙ୍କ ଦ୍ୱାଦଶାହ ସ୍ମୃତିସଭା

16

ବ୍ରହ୍ମପୁର, ୨୩/୯(ଇ.ରଞ୍ଜନ) : ବ୍ରହ୍ମପୁର ସହରର ଜଣେ ଆଧ୍ୟାତ୍ମିକ କର୍ମୀ, ଜନସେବୀ ତଥା ସଂଗଠକ ଉନା ସୁବାରାଓଙ୍କ ଦ୍ୱାଦଶାହ ସ୍ମୃତିସଭା ସ୍ଥାନୀୟ ଖାସ୍ପା ସାହିସ୍ଥିତ ଶ୍ରୀ ମା’ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଟି ତ ହୋଇଯାଇଛି । ଏଥିରେ ଆଧ୍ୟାତ୍ମିକ ଭକ୍ତ ମଣ୍ଡଳୀ, ଆତ୍ମୀୟ ସ୍ୱଜନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ମାନସ ଭବନ ସଭାପତି ସନ୍ତୋଷ ସୁବୁଦ୍ଧି, ଏ.ଭାସ୍କର ପାତ୍ର ପ୍ରମୁଖଙ୍କ ସମେତ ମାନସ ଭବନର ଶତାଧିକ ଭକ୍ତ, କଳିଙ୍ଗ ବୈଶ୍ୟ ମହାସଂଘ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ୟୁ. ସୁବାରାଓଙ୍କ ଗୁଣ କୀର୍ତ୍ତନ କରିବା ସହ ମାନସ ଭବନ ପ୍ରତିଷ୍ଟା, ତି୍ରମୂର୍ତ୍ତି ମନ୍ଦିର ନିର୍ମାଣ ଓ କଳିଙ୍ଗ ବୈଶ୍ୟ ସମାଜର ଉତ୍ତୋରତ୍ତର ଉନ୍ନତି କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତାଙ୍କ ପୁତ୍ର ଓ କନ୍ୟାଙ୍କ ସମେତ ପରିବାର ବର୍ଗ ସହଯୋଗ କରିଥିଲେ । ସେହିପରି ମାନସ ଭବନ ପକ୍ଷରୁ ଏକ ଶୋକସଭା ଅନୁଷ୍ଟିତ ହୋଇ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ମାନସ ଭବନ ସଭାପତି ସନ୍ତୋଷ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶୋକସଭାରେ ପ୍ରବର୍ତ୍ତକ ବିପ୍ରଚରଣ ମିଶ୍ର, ଏ.ଭାସ୍କର ପାତ୍ରଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।

ADVERTISEMENT