ଏକକ ପରିଚୟପତ୍ର ପ୍ରଚଳନ କରିବାକୁ ଅମିତ ଶାହାଙ୍କ ପ୍ରସ୍ତାବ

17

ନୂଆଦିଲ୍ଲୀ,(ଏଜେନ୍ସି) : ଆଧାର, ପାସପୋର୍ଟ, ବ୍ୟାଙ୍କ୍ ଖାତା, ଡ୍ରାଇଭିଙ୍ଗ୍ ଲାଇସେନ୍ସ ଏବଂ ଭୋଟର କାର୍ଡ ଭଳି ସମସ୍ତ ଉପଯୋଗିତା ପାଇଁ କେବଳ ଗୋଟିଏ କାର୍ଡ ହୋଇପାରିବ। ଏହା ଏକ ସମ୍ଭାବନା! ଏଭଳି ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏକକ ରାସନ କାର୍ଡ ବ୍ୟବସ୍ଥା ପରେ ଏବେ ଦେଶରେ ଏକକ ପରିଚୟପତ୍ର ପ୍ରଚଳନ କରିବାକୁ ଅମିତ ଶାହା ପ୍ରସ୍ତାବ ଦେଇଛନ୍ତି। ଯାହାକି ପାସପୋର୍ଟ, ଆଧାର କାର୍ଡ, ଭୋଟୋର ଆଇଡି ଭଳି ପରିଚୟ ପତ୍ରର କାମ କରିବ। ଏହା ସହ ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ ଆପ ମାଧ୍ୟମରେ କରିବାକୁ ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଏଭଳି ହେଲେ ଗୋଟିଏ କାର୍ଡ ମାଧ୍ୟମରେ ଲୋକମାନେ ସବୁ ସୁବିଧା ଉଠାଇ ପାରିବେ। ଏତଦ୍ ବ୍ୟତୀତ ଏଭଳି ଏକ ସିଷ୍ଟମ ରହିବା ଉଚିତ୍, ଯଦି କୌଣସୀ ବ୍ୟକ୍ତି ମୃତ୍ୟୁବରଣ କରେ ତେବେ ଅଟୋମେଟିକ ତାହାର ତଥ୍ୟ ପପୁଲେସନ ଡାଟାରେ ଅପଡେଟ୍ ହୋଇଯିବ। ଯଦି ଏହି ପ୍ରସ୍ତାବ ସବୁ କାର୍ଯ୍ୟକାରୀ ହୁଏ ତେବେ ଦେଶର ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ।

ADVERTISEMENT