ଅହିଂସା ରଥକୁ ସମ୍ବର୍ଦ୍ଧନା

23

କୁକୁଡାଖଣ୍ଡି,୨୪/୯(ଇ .ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୋପାଳପୁରରୁ ଆରମ୍ଭ ହୋଇଥିବା ଅହିଂସା ରଥକୁ କୁକୁଡାଖଣ୍ଡି ଠାରେ ସ୍ବାଗତ କରାଯାଇଛି। ଏହି ରଥ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଗାନ୍ଧୀ ଅହିଂସା ମାର୍ଗ କୁ ଦର୍ଶାଇ ଏକ ପଥ ପ୍ରାନ୍ତରୁ ସୁନ୍ଦର ନାଟକ ଅନୁଷ୍ଠିତ ହୋଇଥିବା ବେଳେ, ସମସ୍ତ ଅଞ୍ଚଳବାସୀଙ୍କୁ ଅହିଂସା ମାର୍ଗକୁ କିଭଳି ଆପଣlଇବେ ତାହାକୁ ଦୃଷ୍ଟିରେ ରଖି ଘରଘର ବୁଲି ଗାନ୍ଧୀଜୀଙ୍କ ବେଶଧାରୀ ହୋଇ ଲୋକଙ୍କୁ ସଚେତନତା ସହ ଅନୁରୋଧର ହାତ ବଡ଼lଇ ଥିଲେ lଏହି ସଭାରେ ପୂର୍ବତନ ବି.ଡି.ଏ ଅଧକ୍ଷ କୈଳାଶ ରଣା,ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ, ସରପଞ୍ଚ ଏ.ଚେନେୟା, ଙ୍କ ସମେତ ବହୁ ବିଜେଡି ସମର୍ଥକ ଓ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେl

ADVERTISEMENT