ପରଦାକୁ ଫେରିଲେ ପପୁ ପମ୍‌ପମ୍

ଭୁବନେଶ୍ବର,୨୬/୭(ଗୁମରଫ୍ ବ୍ୟୁରୋ) : ଦେଢ଼ ବର୍ଷ ପରେ ପୁଣି ରୂପେଲି ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ପମ୍ । କିଛି ଦିନ ପରେ ତାଙ୍କ ଅଭିନୀତ ଓଲିଉଡ୍‌ ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନେୟା’ ପରଦାକୁ ଆସିବ। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଗଣେଶ ପୂଜାରେ ଏହା ମୁକ୍ତିଲାଭ କରିବା ପାଇଁ ଯୋଜନା କରିଛି ପ୍ରଯୋଜନା ସଂସ୍ଥା। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍‌ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ପୂର୍ବରୁ‌ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ଦେଢ଼ ବର୍ଷ ପୂର୍ବେ ହଠାତ ଯକୃତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହୋଇଥିଲେ । ‘ସୁନ୍ଦରଗଡ଼ର ସଲମାନ୍ ଖାନ’ ଚଳଚ୍ଚିତ୍ର ସୁଟିଂ ଶେଷ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ନାୟିକା ହୋଇଛନ୍ତି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଂଗୀତରେ ସଜାଇଛନ୍ତି ବୈଦନାଥ ଦାଶ।

ADVERTISEMENT