ଘରେ ଶୋଇଥିଲା ବେଳେ ରାତ୍ର ସମୟରେ ବିଷାକ୍ତ ସାପ କାମୁଡ଼ାରେ ମାଁ ଓ ପୁଅଙ୍କ ମୃତ୍ୟୁ

15

କନ୍ଧମାଳ, ୨୪/୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତ ଡପେରି ଗାଁ ରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ରଣା ସାପଟି ପ୍ରଥମେ ମା ରାଜଲଷ୍ମୀ ମଲ୍ଲିକଙ୍କ ହାତକୁ କାମୁଡି ଥିଲା । ମା ଚିତ୍କାର କରି ବିଛଣାରୁ ଉଠିଲା ପରେ ପାଖରେ ଶୋଇଥିବା ୯ ବର୍ଷର ପୁଅ ଆଦିତ୍ୟ ପ୍ରଧାନକୁ ସର୍ପ ଦଂଶନ କରିଥିଲା । ପୁଅ ଆଦିତ୍ୟର ଘରେ ମୃତ୍ୟୁ ହୋଇଥିଲା ବେଳେ ମା ରାଜଲଷ୍ମୀକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କେ.ନୂଆଗାଁ ମେଡିକାଲ ଓ ସେଠାରେ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ମୃତ୍ୟୁ ହୋଇଥିବା ମହିଳା ଜଣକ ଅଙ୍ଗନବାଡି କର୍ମୀ ଥିଲେ । ମା ଓ ପୁଅଙ୍କ ଶବ ଦାହ ବେଳେ ଗ୍ରାମର ବହୁ ଲୋକ ଯୋଗଦେଇଥିଲେ ।

ADVERTISEMENT