ଜୁଆ ଆଡ୍ଡା ଉପରେ ଚଢାଉ : ୧୨ ଗିରଫ, ୪୭୦୦ ଟଙ୍କା ଜବତ

7

ହିଂଜିଳିକାଟୁ, ୨୪ା୯ (ଶେଷଦେବ ସାହୁ) : ପାର୍ବଣ ଋତୁ ଆରମ୍ଭ ହେବା ପରେ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଗ୍ରାମରେ ଜୁଆ ଖେଳର ଆସର ଜମିଛି । ଜୁଆଡ଼ି ମାନଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ହିଂଜିଳି ପୋଲିସ ପକ୍ଷରୁ ସ୍ଥାନୀୟ ଥାନା ଖରିଡ଼ା ଓ ସୋମପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଟିମ୍ ଅର୍ତକିତ ଚଢାଉ କରିଛି । ଚଢାଉରେ ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ହଜାର ୭ ଶହ ଟଙ୍କା ଜବତ କରିଛି । ଏ ନେଇ ନଂ- ୨୫୩, ୨୫୪/୧୯ରେ ୨ ଟି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । ଭବିଷ୍ୟତରେ ସ୍ଥାନୀୟ ଥାନା ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

ADVERTISEMENT