ବିଜୟ ମାଲ୍ୟା ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଲାଗି ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ

ନୂଆଦିଲ୍ଲୀ,୨୮/୭ ଏଜେନସି : ତାଙ୍କର ଏବଂ ତାଙ୍କ ଆତ୍ମୀୟଙ୍କ ମାଲିକାନାରେ ଥିବା ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଲାଗୁ କରିବା ପାଇଁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି । ଶନିବାର ଦିନ କରାଯାଇଥିବା ଆବେଦନ ପତ୍ରରେ ମାଲ୍ୟା କହିଛନ୍ତି ଯେ ଅନିୟମିତତା ହୋଇଥିବା ମାମଲାର ସମ୍ମୁଖୀନ ହୋଇଥିବା କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌ ସମ୍ବନ୍ଧୀୟ ସମ୍ପତ୍ତି ଆଟାଚ୍‌ ହେଉ ବୋଲି ସେ ଚାହାଁନ୍ତି । ଜୁଲାଇ ୨୯ ତାରିଖ ଦିନ ଶୀର୍ଷ ଅଦାଲତରେ ଶୁଣାଣି କରାଯିବାକୁ ଏହି ଆବେଦନ ତାଲିକାଭୁକ୍ତ ହୋଇଛି । ବିଭିନ୍ନ ବ୍ୟାଙ୍କ୍‌ରୁ ଉଠାଇଥିବା ୮୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ପରିଶୋଧ କରିବାରେ ଅସଫଳ ହୋଇଥିବା ଦର୍ଶାଇ ୨୦୧୬ରେ ଏସ୍‌ବିଆଇ ନେତୃତ୍ୱରେ କେତେକ ବ୍ୟାଙ୍କ୍‌ ମାଲ୍ୟାଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ । ପ୍ରାୟ ୧୫ଟି ବ୍ୟାଙ୍କ୍‌ର ବକେୟା ଅର୍ଥରାଶି ପରିଶୋଧ କରିବାରେ ମାଲ୍ୟା ବିଫଳ ହୋଇଥିବା କୁହାଯାଉଛି । ଏବେ ଅବସ୍ଥାରେ ଥିବା କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌ର ବକେୟା ପରିଶୋଧ ପାଇଁ ସେ ଋଣ କରିଥିଲେ। ଭାରତ ଫେରିଆସି ଋଣ ପରିଶୋଧ କରିବାକୁ ବ୍ୟାଙ୍କ୍‌ ସମୂହ ମାଲ୍ୟାଙ୍କୁ କହିଥିଲେ । ସରକାରୀ ଏଜେନ୍‌ସିଗୁଡ଼ିକୁ ତାଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟାରେ ରହିତାଦେଶ ଲାଗୁ କରିବାକୁ ଜୁଲାଇ ୧୧ ତାରିଖ ଦିନ ସେ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଥିଲେ । ମାର୍ଚ ୨୦୧୬ରୁ ଭାରତରୁ ଖସି ଯାଇ ମାଲ୍ୟା ସେବେଠାରୁ ଇଂଲଣ୍ଡରେ ବାସ କରୁଛନ୍ତି ।

ADVERTISEMENT