ଆଜି ୩୦୦ ଅଟୋଚାଳକ ବିଜେପିରେ ଯୋଗ ଦେବେ

ନୂଆଦିଲ୍ଲୀ,୨୮/୭ ଏଜେନସି : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ନୂଆ ସଦସ୍ୟ ଅଭିଯାନକୁ ଅଧିକ ସକ୍ରିୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ବିଜେପି ପକ୍ଷରୁ ସେଠାରେ ଥିବା ଅଟୋ ଚାଳକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମାନଙ୍କୁ ବିଜେପିର ସଦସ୍ୟ ହେବାକୁ ଅନୁରୋଧ କରାଯାଇଥିଲା । ସେମାନଙ୍କ ଭିତରୁ ଆଜି ଦିଲ୍ଲୀରେ ଶତାଧିକ ଅଟୋ ଚାଳକ ବିଜେପିରେ ଯୋଗଦେବେ । ଏନେଇ ବିଜେପି ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ ବିଜୟ ଗୋଏଲ ସୂଚନା ଦେଇଛନ୍ତି । ଗତକାଲି ବିଜୟ ଗୋଏଲ ଶତାଧିକ ଅଟୋଚାଳକ ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି । କୋହ୍ଲାପୁର ମାର୍କେଟ ଅଂଚଳରେ ବ୍ୟବସାୟୀଙ୍କୁ ବିଜେପିର ସଦସ୍ୟ କରିବା ପରିପ୍ରେକ୍ଷୀରେ ବିଜୟ ଏହା କହିଛନ୍ତି । ସେ କହିଥିଲେ ଯେ ୩୦୦ରୁ ଅଧିକ ଅଟୋଚାଳକ ଆଜି ସେମାନଙ୍କ ବାସଭବନରେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ଏହାସହ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ଶୁଣିବେ । ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମି ପାର୍ଟି ସରକାର ମେଟ୍ରୋକୁ ନେଇ ରାଜନୀତି କରୁଛି ବୋଲି ବିଜୟ ଗୋଏଲ କହିଛନ୍ତି ।

ADVERTISEMENT