ନିର୍ମାଣ ଶ୍ରମିକ ଓ ଅସଙ୍ଗଠିତ ଶ୍ରମିକ ୟୁନିଅନର ୧୨ ଦଫା ଦାବି ନେଇ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ

14

ଛତ୍ରପୁର,୨୫/୯,ଡି.ଏଚ(ସଞ୍ଜୟ ବିଶ୍ୱାଳ) : ନିର୍ମାଣ ଶ୍ରମିକ ଓ ଅସଙ୍ଗଠିତ ଶ୍ରମିକ ୟୁନିଅନ ସମନ୍ଵୟ ସମିତି ଗଂଜାମ ଜିଲ୍ଲା ପକ୍ଷରୁ ଶ୍ରମିକ ଶୋଷଣ କଲ୍ୟାଣ ପାଣ୍ଠିରୁ ହରିଲୂଟ ଓ ପ୍ରିୟାପ୍ରୀତି ନୀତିର ସ୍ଥାୟୀ ସମାଧାନ ପାଇଁ ୧୨ ଦଫା ଦାବି ନେଇ ଛତ୍ରପୁର ଜିଲ୍ଲା ଶ୍ରମିକ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ।ଶ୍ରମ ଅଧିକାରୀ ମାନଙ୍କ ୟୁନିଅନ ବରୋଧୀ ଆଭିମୁଖ୍ୟ,ମନମୁଖୀ ନୀତି ଯୋଗୁଁ ହଜାର ହଜାର ଶ୍ରମିକ ବହୁ ଆର୍ଥିକ ଓ ଶ୍ରମ ଶୋଷଣର ଶିକାର ହେଉଛନ୍ତି । ଭୁଆଁ ବୁଲା ଓ ଟାଳଟୁଳ ନୀତି ଆପଣାଈ ଶ୍ରମିକର ପ୍ରକୃତ ଅଧିକାରକୁ ବଂଚିତ କରାଯାଉଛି । ଏହି ଶ୍ରମିକ ମାନଙ୍କର ମରଣନୀତି ଓ ସଂସ୍କାର ନୀତିକୁ ପ୍ରତିରୋଧ କରିବା ପାଇଁ T.U.I.C, I.FT.U, A.I.T.U.C, H.M.S, B.M.S, I.N.T.U.C ସମେତ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସମସ୍ତ ପଂଜିକୃତ ଶ୍ରମିକ ସଂଗଠନ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥଲେ । ଏବଂ ୧୨ ଦଫା ଦାବି ସମ୍ଭନ୍ଧୀତ ପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

ADVERTISEMENT