ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଲମ୍ବାଲାଇନ୍

15

ହିଞ୍ଜିଳିକାଟୁ, ୨୫ା୯,ଡି.ଏଚ :(ଶେଷଦେବ ସାହୁ) : ନୂତନ ମୋଟରଯାନ ନିୟମକୁ ଓଡ଼ିଶା ସରକାର ଲାଗୁ କରିବା ପରେ ଏହାର ପ୍ରଭାବ ହିଞ୍ଜିଳିକାଟୁ ଅଂଚଳରେ ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ନୂଆଁ ନିୟମ ପାଳନ ହେବା ପରେ ହିଞ୍ଜିଳିକାଟୁ ଅଂଚଳରେ ଆଖିଦୃଶିଆ ଚଢାଉ କିମ୍ବା ଜୋରିମାନା ଆଦାୟ କରଯାଇନାହିଁ । ଗାଡ଼ି ଚାଳନା ସମୟରେ ଯଦି କେତେବେଳେ ପୁଲିସ କିମ୍ବା ପରିବହନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଗାଡ଼ିର କାଗଜପତ୍ର ତନଖି ସମୟରେ ହାବୁଡ଼ରେ ପଡ଼ିଯିବେ ତାହେଲେ ମୋଟା ଅଙ୍କର ଜୋରିମାନା ଗଣିବା ଭୟ ଗାଡ଼ି ମାଲିକଙ୍କୁ ଘାରିଛି । ସହର ଉପକଣ୍ଠ ଯେଉଁ ସ୍ଥାନରେ ପ୍ରଦୁଷଣ ପ୍ରମାଣପତ୍ର ପ୍ରଦାନ କରାଯାଉଛି, ସେଠାରେ ଏବେବି ଗାଡ଼ି ମାଲିକଙ୍କ ଭିଡ଼ ଜମିବାରେ ଲାଗିଛି । ପ୍ରଦୁଷଣ ପ୍ରମାଣପତ୍ର ପ୍ରଦାନ କରୁଥିବା ଗାଡ଼ି ଯେଉଁଠି ଅଟକି ଯାଉଛି ସାଙ୍ଗେ ସାଙ୍ଗେ ଲୋକଙ୍କ ସେହି ସ୍ଥାନରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ବୁଧବାର ସ୍ଥାନୀୟ ପୌରାଂଚଳ ଉପକଣ୍ଠ ୩୬ ନଂ ରାଜ୍ୟ ରାଜପଥ ହିଞ୍ଜିଳି- ତରାତାରିଣୀ ରାସ୍ତାରେ ପ୍ରଦୁଷଣ ପ୍ରମାଣପତ୍ର ପ୍ରଦାନ କରୁଥିବା ଗାଡ଼ି ପଂହଚିବା ପରେ ଗାଡ଼ି ମାଲିକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଗାଡ଼ି ମାଲିକଙ୍କ ଅସମ୍ଭବ ଭିଡ଼କୁ ଦେଖି ପ୍ରଦୁଷଣ ପ୍ରମାଣପତ୍ର ପ୍ରଦାନ କରୁଥିବା କର୍ମଚାରୀ ବିନା ଯାଂଚରେ କେବଳ ଗାଡ଼ିର ଫଟୋ ଉଠାଇ ପ୍ରମାଣପତ୍ର ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା । କେବଳ ପ୍ରଦୁଷଣ ପ୍ରମାଣପତ୍ର ନୁହେଁ ଗାଡ଼ି ଚଲାଇବା ବେଳେ ଯେଉଁ ସବୁ ଆବଶ୍ୟକୀୟ କାଗଜପତ୍ର ଆବଶ୍ୟକ ସେଗୁଡ଼ିକୁ ପ୍ରସ୍ତୁତି କରିବା ଦିଗରେ ଗାଡ଼ି ମାଲିକ ମାନେ ବିଭିନ୍ନ ଦରକାରୀ କାମକୁ ଛାଡ଼ି ଉକ୍ତ କାଗଜପତ୍ର ଯୋଗାଡ଼ କରିବା ନିମନ୍ତେ ବିଭିନ୍ନ ଏଜେଂଟଙ୍କ ନିକଟକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।

ADVERTISEMENT