ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ :ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ବିବାଦର ଶୁଣାଣି ଶେଷ କରିବାକୁ ନିର୍ଦ୍ଧେଶ ଦେଲେ

8

ନୂଆଦିଲ୍ଲୀ,ଡ଼ି.ଏଚ,୨୬/୯ ,(ଏଜେନସି ): ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ବିବାଦର ୩୨ତମ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପୁଣି ଥରେ ଯୋର୍‌ ଦେଇ କହିଛନ୍ତି ଯେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ ହେବା ଉଚିତ । ନଭେମ୍ବର ମାସରେ କାର୍ଯ୍ୟକାଳ ପୂରୁଥିବା ପ୍ରଧାନ ବିଚାରପତି ଗୋଗୋଇ କହିଲେ, ଯଦି ଚାରି ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ ତେବେ ଅଦାଲତ ଅପୂର୍ବ ସଫଳତା ହାସଲ କରିବ । ଅକ୍ଟୋବର ୧୮କୁ ଶେଷ ତାରିଖ ବୋଲି ଧାର୍ଯ୍ୟ କରି ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ କହିଲେ ଯେ ସପ୍ତାହେବ୍ୟାପୀ ପଡୁଥିବା ଦୀପାବଳି ଛୁଟିକୁ ଦୃଷ୍ଟିରେ ରଖି ଯୁକ୍ତିତର୍କ ଶେଷ କରାଯିବା ଉଚିତ । ଶନିବାର ଦିନମାନଙ୍କରେ ଅଧିକ ସମୟଯାଏଁ କାମ କରି ଦୀର୍ଘଦିନ ଧରି ପଡ଼ି ରହିଥିବା ରାମଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦର ଶୁଣାଣି ଶେଷ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ । ୧୮ ତାରିଖକୁ ଶେଷ ତାରିଖ ବୋଲି ଘୋଷଣା କରିବା ସହ ଖଣ୍ଡପୀଠ କହିଛନ୍ତି କି, ଯଦି ସେମାନେ ଚାହାନ୍ତି ମଧ୍ୟସ୍ଥତା କରି ଏହାର ସମାଧାନ ସୂତ୍ର କାଢ଼ି ପାରିବେ।

ADVERTISEMENT