ଗ୍ରାମ ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

51

ବାଲିଗୁଡା ,୨୬/୯(ଡ଼ି.ଏଚ/ସୁରେଶ କୁମାର ପଣ୍ଡା) : କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡଡି ଗ୍ରାମ ପଂଚାୟତ ସ୍ତିତ ଜନ ବିକାଶ ସ୍ଵେଛାସେଵୀ ଅନୁଷ୍ଠାନରେ ଡି ଆର.ଡି.ଏ. ଫୁଲବାଣୀ ସହାୟତାରେ ତ୍ରି-ଦିବସୀୟ ଗ୍ରାମ ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୨୪ ସେପ୍ଟେମ୍ବର ଠାରୁ ସେପ୍ଟେମ୍ବର ୨୬ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକ୍ ରେ ଚାରିଗୋଟି ପଂଚାୟତ ଯଥା ସୀମନବାଡ଼ି, ଵାଡାବାଙ୍ଗା, ମଣ୍ଡାକିଆ ଓ ମାଣିକେଶ୍ୱରରୁ ମୋଟ ୪୪ଜଣ ୱାର୍ଡ ମେମ୍ବର ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ଗ୍ରାମ ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ଯୋଜନା ମାନ ଉପରେ ଶିକ୍ଷାଲାଭ କରିବା ସହିତ ସେମାନଙ୍କର ମୁଖ୍ୟକାର୍ଯ୍ୟ ଓ ଦାଇତ୍ୱ ସମ୍ପର୍କରେ ଅବଗତ ହୋଇଥିଲା । ଏଥିରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ଦ୍ୱୟ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର (ନୟାଗଡ଼) ଓ ନିରଞ୍ଜନ ବେହେରା (ଭୁବନେଶ୍ୱର )ପ୍ରମୁଖ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରକୁ ମଦନ ସୁଆଲ ସିଂ ଓ ଅକ୍ଷୟ କୁମାର ସିଂ ସମ୍ପାଦନ କରିଥିଲେ ।

ADVERTISEMENT