କେଏଟିଏସର ରେ ଛାତ୍ର ସଂସଦ ବୈଠକ ଅନୁଷ୍ଟିତ

21

କୁକୁଡାଖଣ୍ଡି,୨୭/୯(ଇ ରଞ୍ଜନ) : କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଛାତ୍ର ସଂସଦର ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ରୂପେ ଗଂଜାମ ଜିଲ୍ଲା ପରିଷଦ ଅଧକ୍ଷ ସୋନାମ ପଲେଇ, ସମ୍ମାନୀତ ଅତିଥି ରୂପେ ଜିଲ୍ଲାପରିଷଦ ଉପାଧକ୍ଷ ସ୍ନେହଲତା ପଣ୍ଡା, ଅତିଥି ରୂପେ ସଦର ଥାନା ଅଧିକାରୀ ସନ୍ତୋସିନୀ ଓରାମ ଯୋଗ ଦେଇ ଥିଲେ । ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିପିନ ବିହାରୀ ଖୁଣ୍ଟିଆ, ଉପଦେଷ୍ଟା ଡ଼ଃ ବିମଲ କୁମାର ପଣ୍ଡା ଉପସ୍ଥିତ ଥିଲେ। ଛାତ୍ର ସଂସଦ ସଭାପତି ରାଜେଶ କୁମାର ସାହୁ ଓ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ପାଳ ସଭା ପରିଚାଳନ କରି ଥିଲେ । ମୁଖ୍ୟଅଥିତି ସୋନାମ ପଳାଇ ଆୟୁର୍ବେଦ ବିଷୟରେ ଟିପ୍ପଣୀ ଦେଇ ଏହାକୁ ଲୋକ ଗ୍ରହଣ କରିବା ଆବଶ୍ୟକ ଏବଂ ମହାବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ଗୁଡିକୁ ସରକାରଙ୍କ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରିବେ ବୋଲି ମତବ୍ୟକ୍ତ କରିଥିଲେ, ସଂମ୍ମାନୀତ ଅତିଥି ସ୍ନେହଲତା ପଣ୍ଡା ଆୟୁର୍ବେଦ ଔଷଧକୁ ପ୍ରଶଂସା କରିବା ସହ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କହିଥଲେ। ସମ୍ମାନିତ ଅତିଥି ଥାନାଅଧିକାରୀ ସନ୍ତୋସିନୀ ଓରାମ ଛାତ୍ରଛାତ୍ରୀ ଙ୍କୁ 5Tବିଷୟରେ କହିବା ସହ ସମାୟାନୁବର୍ତୀ ହେବା ସହ ନିଜର କର୍ତବ୍ୟ ଠିକ ଭାବେ କରିବା ପାଇଁ ଉପଦେଶ ଦେଇ ଥିଲେ । ମୁଖ୍ୟ ଅତିଥି ଆୟୁର୍ବେଦର ପ୍ରଶଂସା କରିବା ସହ ବିକାଶ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ଶେଷ ରେ ଉପସଭାପତି ଶାଶ୍ୱତ ମୋଦିଆ ସମସ୍ତ ଅତିଥି ମାନକୁ ଧନ୍ୟବାଦ ଦେଇଥିଲେ।

ADVERTISEMENT