ସଞ୍ଜୟ ଲିଲା ଭଂସାଲୀ କ୍ଷତି ସହିବେ ୧୫ କୋଟି ଟଙ୍କା

ମୁମ୍ବାଇ,୩୧/୮(ଏଜେନସି) : ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଂଶାଅଲ୍ଲାହ’କୁ ଏବେ କୋଲ୍ଡ ଷ୍ଟୋରରେ ପକାଇ ଦେଇଛନ୍ତି । ସଲମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଷ୍ଟାର କାଷ୍ଟରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏହା ଏବେ ରିଲିଜ୍‌ ହେବ ନାହିଁ ବୋଲି ଜଣାପଡିଛି । ତେବେ ଏହି ନିଷ୍ପତ୍ତି ନିଜେ ଭଂସାଲୀ ନେଇଛନ୍ତି। ଯେହେତୁ ଏହାର ଶୁଟିଂରେ ଭଂସାଲୀ ନିଜ ପକେଟରୁ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହା ଯଦି ରିଲିଜ ନ ହେବ ତେବେ ଭଂସାଲୀ ଖର୍ଚ୍ଚ କରିଥିବା ଟଙ୍କା ଆଉ ପାଇ ପାରିବେ ନାହିଁ ବୋଲି ବଲିଉଡ୍‌ ହଙ୍ଗାମାରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି।

ADVERTISEMENT