ମଦ୍ୟପ ଡ୍ରାଇଭର ତାଳପାଟଣା ଠାରେ ଏକ ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର

11

ବ୍ରହ୍ମପୁର,୨୮/୯( ଗୁରୁ ପ୍ରସାଦ ) :ସ୍ୱିଫ୍ଟ ଗାଡ଼ିରେ ଚାରି ଜଣ ଯୁବକ ବସି ବ୍ରହ୍ମପୁରରୁ ସୋରଡ଼ା ଫେରୁଥିବା ସମୟରେ ମଦ୍ୟପ ଡ୍ରାଇଭର ତାଳପାଟଣା ଠାରେ ଏକ ବୃଦ୍ଧଙ୍କୁ ଧକ୍କା ଦେବା ପରେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରୁ ସମ୍ପୃକ୍ତ ଯୁବକ ମାନେ ଗାଡିରେ ବସି ଚମ୍ପଟ ମାରୁଥିବା ବେଳେ ଧରକୋଟ ପୋଲିସ ପିଛା କରି ସ୍ୱିଫ୍ଟ ଗାଡିକୁ ଧରିଲା । ଗୁରୁତର ବ୍ୟକ୍ତି ଜଣକ ହେଲେ ଗୋପାଳ ନାୟକ । ଗୁରୁତର ଜଣଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗାଡ଼ିରେ ବସିଥିବା ଯୁବକ ମାନେ ହେଲେ ସୋରଡ଼ାର ଲିପୁ ପଣ୍ଡା,ମୋହନ ଜେନା,ରଘୁ ଡ୍ରାଇଭର,ରଞ୍ଜନ ଡାକୁଆ ।

ADVERTISEMENT