ଭିଜିଲାନ୍ସ ସ୍କାନରରେ ଫରେଷ୍ଟର

8

ବୈ।ଦ,୨୮/୯(ଡି .ଏଚ / ) : ବୈ।ଦ ଜିଲ୍ଲା କେନ୍ଦୁଲୀ ଡିଭିଜନର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ନାମରେ ଆୟବହୁର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହା ନେଇ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଫରେଷ୍ଟରଙ୍କ ନିଜ ଗାଁ ରୋହିଠାଣି ସ୍ଥିତ ୨ଟିଘର ମୂଲ୍ୟ ୧କୋଟି ଦୁଇଲକ୍ଷ,୧୪ଟି ପ୍ଲଟ, ବ୍ୟାଙ୍କ ଆକାଉଣ୍ଟରେ ଏକଲକ୍ଷ ତେୟାଅଶି ହଜାର ଟଙ୍କା, ନଗଦ ୪୧ହଜାର ଟଙ୍କା, ଆସବାବପତ୍ରର ମୂଲ୍ୟ୨ଲକ୍ଷ ଟଙ୍କା,୧୦୦ଗ୍ରାମ ସୁନା ,ତଦନ୍ତ ସମୟରେ ଜଣାପଡିଛି । ଫାଇଲ ନମ୍ବର ୩୫/୨୦୧୯ ପ୍ରକାରରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡିଏସପି ରବିନ୍ଦ୍ରକାନ୍ତ ସୁନା ସୂଚନା ଦେଇଛନ୍ତି ।

ADVERTISEMENT