ସବୁଠାରୁ ମହଙ୍ଗା ଭାରତୀୟ ଅଭିନେତା ତାଲିକାରେ ପ୍ରଭାସ



ମୁମ୍ବାଇ,୫/୮ଏଜେନସି : ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌ କମିଂ ଆକ୍ସନ ଫିଲ୍ମ ‘ସାହୋ’ ଅଗଷ୍ଟ ୩୦ରେ ପରଦାକୁ ଆସିବ । ତେଲଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଶ୍ରଦ୍ଧା କପୁର ଏଥିରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ସୁଜିତଙ୍କ ନିର୍ଦ୍ଦେଶିତ ଫିଲ୍ମ ସାହୋ ୨୦୧୯ର ସବୁଠାରୁ ବିଗ୍‌ ବଜେଟ୍‌ର ଫିଲ୍ମ ବୋଲି ଚର୍ଚ୍ଚା ହେଉଛି । ଏହି ପାଓ୍ବାର ପ୍ୟାକ୍ଡ ଥ୍ରିଲର ଫିଲ୍ମ ପାଇଁ ପ୍ରଭାସ ଓ ଶ୍ରଦ୍ଧା ମୋଟା ଅଙ୍କର ଅର୍ଥ ନେଇଥିବା ଜଣାପଡ଼ିଛି। ଏହି ଫିଲ୍ମ ପାଇଁ ପ୍ରଭାସ ନେଇଛନ୍ତି ଶହେ କୋଟି ଟଙ୍କା । ଏହାପରେ ରଜନୀକାନ୍ତ, ସଲମାନ ଖାନ ଓ ଶାହରୁଖ ଖାନଙ୍କୁ ପ୍ରଭାସ ପଛରେ ପକାଇଦେଇ ସବୁଠାରୁ ମହଙ୍ଗା ଭାରତୀୟ ଅଭିନେତା ପାଲଟି ଯାଇଛନ୍ତି । ଅନ୍ୟପଟେ ସାହୋର ପ୍ରି-ରିଲିଜ୍‌ ଆୟର ୫୦ ପ୍ରତିଶତ ଅଂଶର ଭାଗୀଦାର ମଧ୍ୟ ପ୍ରଭାସ ହେବେ ବୋଲି କୁହାଯାଉଛି। ସେହିପରି ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଶ୍ରଦ୍ଧା ଏହି ଫିଲ୍ମ ପାଇଁ ୭ କୋଟି ଟଙ୍କା ନେଇଛନ୍ତି। ଏଥି ସହିତ ସେ ମଧ୍ୟ ହାଇଏଷ୍ଟ ପେଡ୍‌ ଭାରତୀୟ ଅଭିନେତ୍ରୀଙ୍କ ତାଲିକାରେ ନିଜର ସ୍ଥାନ ଅକ୍ତିଆର କରିଛନ୍ତି ।



ADVERTISEMENT