ବିଜେପି ଦଳ ପକ୍ଷରୁ ସାଲେପୁର ବ୍ଲକ୍ ସମ୍ମୁଖରେ ଧାରଣା

19

କଟକ,୨୮/୯(ଏଜେନ୍ସି ) : ଟାଙ୍ଗି ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କ ସହିତ ବହୁ ବରିଷ୍ଠ ବିଜେପି ନେତା ମାନେ ଓ ବହୁ କର୍ମୀ ମାନେ ଏକତ୍ରିତ ହୋଇ ଆଜି ସାଲେପୁର ବ୍ଲକ୍ ସମ୍ମୁଖରେ ଧାରଣା ଦେଇଛନ୍ତି ଓ ବିଜେଡ଼ି ଦଳ ବିରୁଦ୍ଧରେ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ନେତା ଶ୍ରୀ ବେହେରା କହିଛନ୍ତି ଯେ ସାଲେପୁର ଅଞ୍ଚଳର ଯୋଗ୍ୟ ହିତାଧିକାରୀ ଯେମିତି ସରକାରଙ୍କ କୌଣସି ଯୋଜନାରୁ ବଞ୍ଚିତ ନହେବେ ଏହା ଆମର ଦାବି । ସେ ସିଧାସଳଖ ପ୍ରଶାସନ ଅଧିକାରୀ ମାନଙ୍କୁ ଓ ପୁଲିସ୍ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।ସେ କହିଛନ୍ତି ଜେ ସାଲେପୁରରେ ବର୍ତମାନ ଶସ୍ତା ରାଜନୀତି ଚାଲିଛି ଏହାକୁ ବନ୍ଦ କରାଯାଉ । ତାହା ସହିତ ସେ କହିଛନ୍ତି ମୁଁ ସାଲେପୁର ଅଞ୍ଚଳର ଜନସାଧାରଣ ମାନଙ୍କ ସହିତ ବିଧାୟକ ଥିବା ସମୟରେ ଥିଲି ଏବଂ ସେମାନଙ୍କ ସମସ୍ତ ପ୍ରକାର ଅସୁବିଧାରେ ରହିବି ବୋଲି ଅଞ୍ଚଳ ବାସୀଙ୍କୁ କହିଛନ୍ତି । ପ୍ରଥମ ଥର ପାଈଁ ବିଜେପି ନେତା ଶ୍ରୀ ବେହେରା ସାଲେପୁର ବ୍ଲକ୍ ସମ୍ମୁଖରେ ଆଜି ବିଜେଡ଼ି ବିରୁଦ୍ଧରେ ବିକ୍ଷୋବ ପ୍ରଦର୍ଶନ କରିବା ସହ ପ୍ରଶାସନ ଅଧିକାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି । ପରିଶେଷରେ ଧାରଣା ସ୍ଥଳରେ ସାଲେପୁର ବିଡ଼ିଓ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା ପହଞ୍ଚି ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଠାରୁ ପ୍ରତିବାଦ ପତ୍ର ଗ୍ରହଣ କରିଥିଲେ।। ପରେ ସମସ୍ତ ବିଜେପି ନେତା ଓ କର୍ମୀ ମାନେ ଧାରଣାରୁ ଉଠିଥିଲେ ।

ADVERTISEMENT