ଅଗଷ୍ଟ ୩୦ରେ ରିଲିଜ୍‌ ହୋଇଛି ; ପ୍ରଥମ ଦିନ ରଦ୍ଦ ହେଲା ‘ସାହୋ’ର ମର୍ଣ୍ଣିଙ୍ଗ୍‌ ସୋ’

ମୁମ୍ବାଇ,୩୧/୮(ଏଜେନସି) : କିଛି ମାସ ହେଲାଣି ଚର୍ଚ୍ଚାରେ ରହିଥିବା ଫିଲ୍ମ ସାହୋ ଅଗଷ୍ଟ ୩୦ରେ ରିଲିଜ୍‌ ହୋଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିଲିଜ୍‌ର ପ୍ରଥମ ଦିନ ଅନେକ ବଡ଼ ବଡ଼ ସହରରେ ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ କରାଯାଇଥିଲା ବୋଲି ଜଣାପଡ଼ିଛି । ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଦିଲ୍ଲୀ, ହାଇଦ୍ରାବାଦ୍‌, ଲକ୍ଷ୍ନୌ ଓ ଉଜ୍ଜୈନ୍‌ ଭଳି ସହରରେ ସାହୋର ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ କରି ଦିଆଯାଇଥିବା ନେଇ ସୂଚନା ମିଳିଛି ।

ADVERTISEMENT