ଉଜ୍ୱଳି କରଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପରୀକ୍ଷଣ ସରିଛି କିନ୍ତୁ ସହରରେ ନାହିଁ ଆଲୋକ

20

କଟକ,୨୮/୯(ଏଜେନ୍ସି ) : ସାଲେପୁର ସହରରେ ଦୀର୍ଘଦିନ ଧରି ଆଲୋକ ବ୍ୟବସ୍ଥା ନାହିଁ । ଯାହା ଦ୍ଵାରା ଅଞ୍ଚଳର ଲୋକମାନେ ନାହିଂ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେହେତୁ ଏଠାରେ ବହୁ ସଂଖ୍ୟକ ଜନ ସଂଖ୍ୟା ବୃଦ୍ଧି ପାଇଛି । ସାଲେପୁର ଏକ ଏନ. ଏ .ସି ର ମାନ୍ୟତା ପାଇ ନଥିଲେ ମଧ୍ୟ ଏଭଳି ସ୍ତରରେ ରହିଛି ଏହାକୁ ସହର ବୋଲି କୁହା ଯାଉଛି । ଏହା ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ଅଲୋକିକରଣ ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ଚଳପ୍ରଚଳ ହେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । ଗତ ନିର୍ବାଚନରେ ନିର୍ବାଚିତ ହୋଇଥିବା ଟାଙ୍ଗି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ସାଲେପୁର ସହରକୁ ଅଲୋକିକରଣ କରିବା ପାଇଁ ଗତ ମାସର ୦୨ ତାରିଖରେ ସାଲେପୁର ସହର ଉଜ୍ୱଳି କରଣର ଶୁଭ ଉଦ୍ଘାଟନ କରିଥିଲେ।ପରେ ଏହାର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହୋଇ ଏହାର ପରୀକ୍ଷଣ ବି ସରିଛି। ହେଲେ ଅଲୋକିକରଣ ବ୍ୟବସ୍ଥାର ପରୀକ୍ଷଣ ସମ୍ପୁର୍ଣ୍ଣ ହୋଇଥିଲେ ମଧ୍ୟ ୧ ହେଲାଣି କାହିଁକି ସାଲେପୁର ସହରରେ ଆଲୋକ।ଏହା ପଛରେ କରଣ ବା କଣ ଥାଇପାରେ ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ୧ ମାସ ହେଲାଣି କାହିଁକି ସାଲେପୁର ସହରରେ ଆଲୋକ ନାହିଁ ?

ADVERTISEMENT