ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସର ଆନ୍ଦୋଳନ ଧମକ

15

ହିଞ୍ଜିଳିକାଟୁ,୨୮ା୯ (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ଚାଷୀ ପ୍ରତ୍ୟେକ ବର୍ଷ ବନ୍ୟା ଯୋଗୁଁ ବହୁ କ୍ଷୟ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ତାର ପ୍ରତିକାର କରାଯାଉନଥିବା ନେଇ ହିଞ୍ଜିଳି ବ୍ଳକ କଂଗ୍ରେସ ଅଭିଯୋଗ କରିଛି । ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଲଗାତାର ୫ ଥର ଧରି ଉକ୍ତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରି ଆସୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ସମସ୍ୟାର ସମାଧାନ ନକରି ଜନସାଧାରଣଙ୍କୁ ଠକୁ ଥିବା ନେଇ ଅଭିଯୋଗ କରିଛି ବ୍ଳକ କଂଗ୍ରେସ । ଚାଷୀ ସେମାନଙ୍କ ସମସ୍ୟା ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରି ଆସୁଥିଲେ ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ ବୋଲି ଅଭିଯୋଗ କରିଛି । ସ୍ଥାନୀୟ ବ୍ଳକ ନଦୀ ଉପକୂଳବର୍ତି ଅଂଚଳରେ ଥିବା ଗ୍ରାମ ସିକିରି, ବୁରୁପୋଡ଼ା, ନନ୍ଦିକ, ଖରିଡ଼ା, ଆଲପୁର,ଗଣ୍ଡଳା, ବେଲଗାଁ, ଧୋବାଡ଼ି ପାଟପୁର, ରାଳବ, ସାହାପୁର, ପୁଟିଆପଦର, ଶାସନଆମ୍ବଗାଁ ସମେତ ପୌରାଂଚଳର ଚାଷୀ ମାନେ ଲଗାଣ ବର୍ଷା ଓ ବନ୍ୟା ସମୟରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ତରାତାରିଣୀ ଛକରେ ଥିବା ପୂ୍ର୍ତବିଭାଗର ବ୍ରିଜ ଦେଇ ୧୦୦ କିମି ବ୍ୟାସାର୍ଦ୍ଧର ପାଣି ନିସ୍କାଷ୍କାନ ହେଉନଥିବାରୁ ଏଭଳି ବନ୍ୟା ପରିସ୍ଥିତ ସୃଷ୍ଟି ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ କରିବା ସହ ଉପଯୁକ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାବାକୁ ବ୍ଳକ କଂଗେସର କର୍ମକର୍ତା ମାନେ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଦଳ ପକ୍ଷରୁ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ବ୍ଳକ କଂଗେସ ସଭାପତି ପଦ୍ମଚରଣ ସାହୁ, ପୌରାଂଚଳ ନଗର ସଭାପତି ସୁନାରାମ ସାବତଳ କିଶାନ ସେଲ ସଂଯୋଜକ ରାମ ନାରାୟଣ ବିଶ୍ୱାସରାୟ ପ୍ରମୁଖ କହିଛନ୍ତି ।

ADVERTISEMENT