ଘାସିବିଲି ଗ୍ରାମରେ ଯାଦବ ଗୋଲା ସମାଜ ପକ୍ଷରୁ ସମ୍ଭର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ।

30

ଆସିକା,୩୦/୯ (ଏଜେନ୍ସି) : ଆସିକା ନିକଟ ଗ୍ରାମ ରେଡି ଦାମୋଦରପଲ୍ଲୀ ପଚାଂୟତ ଅଧିନ ଘାସିବିଲି ଗ୍ରାମରେ ଯାଦବ ଗୋଲା ସମାଜ ପକ୍ଷରୁ ସମ୍ଭର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଘାସିବିଲି ଗ୍ରାମ ଯାଦବ ଗୋଲା କମିଟି ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ସଭାପତି ବି.ଦିନବନ୍ଧୁ ପାତ୍ର ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଉପସଭାପତି ସିଏଚ.ଶିବ ପ୍ରସାଦ ପାତ୍ର, ସାଧାରଣ ସମ୍ପାଦକ ଭାବେ ଏ.ବଳରାମ ପାତ୍ର, ସହ ସମ୍ପାଦକ ଭାବେ କୋରା ପାତ୍ର,କୋଷାଧ୍ୟକ୍ଷ କେ.ଗୋପାଳ କୃଷ୍ଣ ପାତ୍ର, ସହକୋଷାଧ୍ୟକ୍ଷ ଭାବେ ସିଏଚ.ସନ୍ତୋଷ କୁମାର ପାତ୍ର,ଉପଦେଷ୍ଟା କେ.ବୈରାଗୀ ପାତ୍ର ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା, ଆଠଗଡ,ନୟାଗଡ,ଘୁମୁସର ପ୍ରମୁଖ ଅଚଂଳର ଗୋଲା ମହାସଂଘରୁ ନବନିର୍ବାଚିତ ମାନଙ୍କୁ ଆସିକା ମଣ୍ଡଳ ଅନ୍ତର୍ଗତ ଘାସିବିଲ ଗ୍ରାମର ଯାଦବ ଗୋଲା କମିଟି ପକ୍ଷରୁ ସମ୍ଭର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ ଅତିଥି ମାନଙ୍କୁ ଭାସ୍କରମାଳ ସହ ଉପଢୈାକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ପଟୁଆର ସହ ଗ୍ରାମ ପରିକ୍ରମା କରାଯାଇ ସମ୍ମାନୀତ କରାଯାଇଥିଲା । ଗ୍ରାମ ପକ୍ଷରୁ କୁମ୍ଭ ବାଢି ଅତିଥି ମାନଙ୍କୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସ୍ୱାଗତ କରାଯାଇଥିଲା । ଅତିଥି ମାନେ କୁଳ, ଐତିହ୍ୟ , ପରମ୍ପରା ସାଙ୍ଗକୁ କୁଳ ସଂଗଠନ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଗ୍ରାମ ସଭାପତି ସହ ବହୁ ଅତିଥି ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଭୋଜି ଆୟୋଜନ କରାଯାଇଥିଲା ।

ADVERTISEMENT