୩୨ ବର୍ଷ ହେବ ଭିନ୍ନକ୍ଷମ ସଂଘର୍ଷ କରୁଛନ୍ତି ,ସରକାରଙ୍କ ନଜର ପଡିବ କେବେ ?

5

ଖୋର୍ଦ୍ଧା,୩୦/୯(ଏଜେନ୍ସି): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲ ଗାଁରେ ଜନ୍ମ ହୋଇଥିବା ମୀନା ନାମକ ଶିଶୁ ପିଲା ବେଳୁ ହିଁ ଏମିତି । ନା ଚାଲି ପାରନ୍ତି ନା ଭଲ କି କଥା ହୋଇ ପାରନ୍ତି । ବୟସ ବଢୁଥିଲେ ବି ସେମିତି ପିଲାବେଳୁ ଘୁଷୁଡି ଘୁଷୁଡି ଏପଟ ସେପଟ ହେଉଛନ୍ତି ମୀନା । ତେବେ କିଛି ଜାଣି ପାରୁନଥିବା ମୀନା ଲୋକଙ୍କୁ ଆକ୍ରମଣ କରୁଥିବାରୁ ତାଙ୍କୁ ୩୨ ବର୍ଷ ହେବ ବନ୍ଧା ହୋଇ ରଖାଯାଇଛି ।
*ସେପଟେ ମାନସିକ ବିକାରଗ୍ରସ୍ତ ମୀନାଙ୍କ ଏଭଳି ପରିସ୍ଥିତି ଦେଖି ଅନେକ ଡାକ୍ତର, ଦିଅଁଦେବତା ଦେଖାଇ ସାରିବା ପରେ ବି କୌଣସି ସୁଫଳ ମିଳୁନଥିବାରୁ ଭାଗ୍ୟକୁ ଆଦରି ତାଙ୍କୁ ଘରେ ପକାଇ ରଖିଛନ୍ତି । ତେବେ ଝିଅର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ସରକାରଙ୍କୁ ଗୁହାରୀ କରିଛନ୍ତି ।

ADVERTISEMENT