ଅଭିନବ ଉପାୟରେ ଠକେଇ ମାମଲାରେ ଏକ ଗ୍ୟାଙ୍ଗ ଠାବ

19

ନବରଙ୍ଗପୁର,୩୦/୯(ଏଜେନ୍ସି ): ସରକାରୀ ଚାକିରି ପାଇବେ ଏଭଳି କିଛି ଆଶା ଓ ଭରସା ଦେଇ ସରଳ ଯୁବକ-ଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ମହିଳା , ତାଙ୍କ ସ୍ୱାମୀଙ୍କ ସହ ତିନି ଜଣଙ୍କୁ ଉମରକୋଟ ପୁଲିସ ଗିରଫ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ରଞ୍ଜନା ବର୍ମା, ସ୍ୱାମୀ ଆଶିଷ କୁମାର ପାତ୍ର (ଲିଟୁ) ଓ ଅନିଲ ବାନାର୍ଜୀ ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟାଳୟ ଠାରେ ଖୋଲି ଜିଲ୍ଲା ବେକାରୀ ଯୁବକ-ଯୁବତୀମାନଙ୍କୁ ଚାକିରି ଦେବା ନାମରେ ଠକେଇ କରି ଆସୁଥିଲେ। ଅଭିନବ ଉପାୟରେ ଏହି ଗ୍ୟାଙ୍ଗ ଠକେଇ କରୁଥିଲା ।

ADVERTISEMENT