ଜୀବନାସକ ର ସଠିକ ଓ ନିରାପଦ ବ୍ୟବହାର ନିମନ୍ତେ କୃଷକ ତାଲିମ ଶିବିର

23

ଦିଗପହଣ୍ଡି,୩୦/୯(ଏଜେନ୍ସି ) : ଚାଷୀ ନିଜ ଜୀବନକୁ ବାଜି ଲଗାଇ ଅହରହ ଚାଷ ଜମି ରେ କସରତ କରି ସାରା ମାନବ ସମାଜକୁ ଖାଦ୍ୟ ଯୋଗାଇ ଆସୁଅଛି । ଚାଷ ଜମିରେ ଚାଷ କଲା ବେଳେ ଅତ୍ୟାଧୁନିକ ଯନ୍ତ୍ରାଶ ବ୍ୟବହାର କରି ଚାଷ ଜମିକୁ ଆଗଉଥିବା ବେଳେ ସମୟ ସମୟରେ ଯନ୍ତ୍ରାଶ ଦ୍ୱାରା ଦ୍ରୁଘଟଣାର ଶିକାର ହୋଇଥାଏ । ଏହା ଛଡ଼ା ପ୍ରାକୃତିକ ଡୁର୍ବିପାକ , ବିଷାକ୍ତ ସର୍ପର ଆଘାତ ଆଦି କଷ୍ଟ ସହି ବେଳେ ବେଳେ ଜୀବନ ହାରିଥାଏ । ଏହା ଛଡ଼ା ନିଜ ଜମି ପାଈଁ ବ୍ୟବହୃତ ବୈଦୁତିକ ଉପକରଣ ଏବଂ ବିଦୁତ୍ ସଂଯୋଗ ଦ୍ୱାରା ଅସାବଧାନ ବଶତଃ ଦ୍ରୁଘଟଣାର ଶିକାର ହୋଇଥାଏ । ଏ ସବୁକୁ ଧ୍ୟାନ ଦେଇ ଉପଯୁକ୍ତ ତାଲିମ ପାଇ କୃଷି କର୍ମଣ କଲେ ତଥା ରାସାୟନିକ ପ୍ରୟୋଗ ଓ କୀଟ ନାଶକ ପ୍ରତି ସାଵଧ୍ୟାନତା ଅବଲମ୍ବନ କରି କୃଷି କର୍ମଣ କରିବା ପାଈଁ ଆଜି ଦିଗପହଣ୍ଡି ବ୍ଲକ୍ ଜକର ପଞ୍ଚାୟତ ରେ ଏନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ତାଲିମ ଶିବିରରେ କୃଷି ଅଧିକାରୀ ପଦର ବିନ୍ଧୁ ସାହୁ ,ଅଧକ୍ଷତାରେ ହୋଇ ଥିବା ବେଳେ ଆବାହକ ଶ୍ରୀ ଚୈତନ୍ୟ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ଥିଲେ । ଏଥି ସହିତ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢ଼ୀ, ପିପିଓ ଦେବବତୀ ପାଢ଼ୀ, ଦିପ୍ତିମୟୀ ବେହେରା ,ସସ୍ମିତା କାର୍ଜି,କୃଷକ ସାଥୀ ଜୁର ଵିସୋୟି , ରାମେଶ୍ୱର ପାଣିଗ୍ରାହି , ଗ୍ରାମ ସାଥୀ ତ୍ରିନାଥ ପ୍ରଧାନ ଆଦି ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ଥିଲେ ।

ADVERTISEMENT