ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ଭୁବନେଶ୍ୱର,୩୦/୯(ଏଜେନ୍ସି) : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। । ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପି ମଧ୍ୟ ଗତଥରର ପ୍ରାର୍ଥୀ ସନତ ଗଡତିଆଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ସେ ବି ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନରେ ଉଭୟ ହିଂଜିଳି ଓ ବିଜେପୁର ଆସନରୁ ବିଜୟୀ ହୋଇଥିଲେ । ସେ ଏଥିମଧ୍ୟରୁ ବିଜେପୁର ଆସନର ଇସ୍ତଫା ଦେବାପରେ ଏଠାରେ ଉପନିର୍ବାଚନ ହେଉଛି । ଆସନ୍ତା ମାସ୨୧ ତାରିଖରେ ମତଦାନ ହେବ। ଏଠାରେ ୨୪ ତାରିଖରେ ଭୋଟ ଗଣତି ହେବ ।

ADVERTISEMENT