ଦେଶୀ ମଦ ଜବତ, ଜଣେ କୋର୍ଟ ଚାଲାଣ

37

ହିଞ୍ଜିଳିକାଟୁ, ୩୦ା୯ (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ସେମାବାର ମଦ ଧରପଗଡ଼ କରାଯାଇଛି । ସ୍ଥାନୀୟ ଥାନା ଜକରାପଲ୍ଲୀ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଦୋକାନରେ ଚଢାଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଚୋରାରେ ମଦ ବିକ୍ରି କରୁଥିବା ଅଭିଯୋଗରେ ସନ୍ତୋଷ କୁମାର ସେଠିଙ୍କୁ ଗିରଫ କରାଯାଇଛି । ଏନେଇ ନଂ- ୨୬୨/୧୯ରେ ଏକ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ADVERTISEMENT