ଶ୍ରାବଣ ମାସ ଶେଷ ସୋମବାରରେ ଶୈବ ପିଠରେ ଜଳ ଢାଳିଲେ ଶିଶୁ କାଉଡିଆ

ଆସିକା,୧୨/୮(ଏଜେନସି) : ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ଠାରେ ଜଳାଭିଷେକ କରିବାର ବିଧି ପୁରାଣ କେଉଁ କାଳରୁ ରହିଛି । ଏହି ପବିତ୍ର ନିତିକୁ ଅନୁସରଣ କରି ପ୍ରତିବର୍ଷ ଭଳି ଆସିକା ପୁଡୁଗେଶ୍ୱରପଲ୍ଲୀ ଶିଶୁ କାଉଡିଆ ମାନେ ପବିତ୍ର ଋଷିକୁଲ୍ୟା ଓ ବଡନଦୀ ସଙ୍ଗମ ସ୍ଥଳରୁ ଜଳ ଧାରଣ କରି ଶିବ ମନ୍ଦିରକୁ ଜଳ ଲାଗି ପାଇଁ ଏହି ସଙ୍ଗମ ସ୍ଥଳରୁ ଯାତ୍ରା ଆରମ୍ଭ କରିିଛନ୍ତି । ଆଜି ପ୍ରଭାତରୁ ସଙ୍ଗମ ସ୍ଥଳ ଶୈବ ପିଠ ଠାରେ ବାହୁଙ୍ଗୀ ଧରି ପ୍ରାୟ ୨ଶହ ଶିଶୁ କାଉଡିଆ ପହଁଚି ଥିଲେ । ସଙ୍ଗମ ସ୍ଥଳରେ ସ୍ନାନ କରି ବ୍ରାହ୍ମଣ ମାନଙ୍କ ଦ୍ୱାରା ସଂକଳ୍ପ କରି ପୁଜା ଅର୍ଚ୍ଚନା କରି ପୂର୍ଣ୍ଣ କଳସି ବୁଡାଇ ବାହୁଙ୍ଗି ଧରି ବୋଲବମ ବୋଲବମ ଧ୍ୱନୀରେ ବିଭିନ୍ନ ବାଦ୍ୟ ବାଜଣା କରି ଶ୍ରାବଣ ମାସର ଶେଷ ସୋମବାର ଜଳାଭିଷେକ କରିବା ପାଇଁ ଆସିକା ପୁଡୁଗେଶ୍ୱରପଲ୍ଲୀ ଶୈବ ପିଠରୁ ଆଲିପୁର ସିଦ୍ଧେଶ୍ୱର ଶୈବ ପିଠକୁ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି । ପୁରଣା ଅନୁସାରେ ଶିବ ହେଉଛନ୍ତି ଜଳପ୍ରିୟ । ତାଙ୍କୁ ଜଳ ଦାନ କରିଲେ ସେ ସନ୍ତୁଷ୍ଟ ହୋଇଥାନ୍ତି । ଶିବ ପୁଣି ଆଶୁତୋଷ । ଖୁବ ଶୀଘ୍ର ସେ ତୋଷ ହୋଇ ବର ପ୍ରଦାନ କରି ଦିଅନ୍ତି । ତେଣୁ ଭକ୍ତ ମାନେ ଅଭୀଷ୍ଟ ସାଧନ ପାଇଁ ଶ୍ରାବଣ ମାସରେ ଯେତେବେଳେ ଚତୁର୍ଦ୍ଧିଗ ଜଳାର୍ଣ୍ଣବ, ଶିବଙ୍କ ମସ୍ତକରେ ଜଳ ଢାଳି ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ଓ ଭଗବାନଙ୍କ ପାଇଁ ୟାଠାରୁ ବଳି ଆଉ କଣ ଉପାୟ ଅଛି ବୋଲି ପୁଡୁଗେଶ୍ୱରପଲ୍ଲୀ ଶିଶୁ କାଉଡିଆ ମାନଙ୍କ ସକ୍ରିୟ ସ୍ୱେଚ୍ଚାସେବୀ ତଥା ଶିବ ଭକ୍ତ ସୁରେନ୍ଦ୍ର ନାହକ ମତ ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶିଶୁ କାଉଡିଆ ମାନେ ଓଦା ସରସର ହୋଇ ରାଜରାସ୍ତାରେ ବୋଲବମ ବୋଲବମ ଧ୍ୱନି ସହ ଗଣେଶ ଫାଦର ପାର କରେଗା, ଗଞ୍ଜେଇ ବାବା ପାର କରେଗା ଆଦି ଉଚ୍ଚାରଣ କରି ମାନସିକ ଶିଶୁ କାଉଡିଆ ମାନେ ଚାଲିଥିଲେ । ସେହିଭଳି ଆସିକା ସୁନାମ୍ବ ସାହି ଶିଶୁ କାଉଡିଆ ମାନେ ଶେଷ ସୋମବାର ପାଇଁ ଜଳଭାର ଧରି ଆସିକା ସୁବର୍ଣ୍ଣେଶ୍ୱର ମନ୍ଦିର ଠାରେ ପହଁଚିଥିଲେ । ସକାଳୁ ଆସିକା ସୁନାମ୍ବ ସାହି ସ୍ଥିତ ଋଷିକୁଲ୍ୟା ନଦୀ ଘାଟରେ ପୁଜାର୍ଚ୍ଚନା ସାରି ପ୍ରଭୁ ଶିବଙ୍କୁ ଧ୍ୟାନ କରି ଜଳ ଢାଳିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଶିଶୁ ମାନସିକ ଧାରୀ କାଉଡିଆ ମାନେ କାନ୍ଧରେ ବାହୁଙ୍ଗୀ ଧରି ବୋଲ ବମ ବୋଲ ବମ ଧ୍ୱନୀରେ ଜଳଭାର ସହ ମନ୍ଦିରରେ ପହଁଚି ଶିଙ୍କ ଠାରେ ଜଳ ଢାଳିଥିଲେ ।

ADVERTISEMENT