ପୁରୁଷୋତ୍ତମପୁର ବ୍ଲକରେ ଜନଶୁଣାଣୀ କାର୍ଯ୍ୟକ୍ରମ : ୪୨୨ଟି ଅଭିଯୋଗରୁ ୬ଗୋଟି ଅଭିଯୋଗର ଶୁଣାଣି

8

ପୁରୁଷୋତ୍ତମପୁର,୧।୧୦(ଏଜେନ୍ସି) : ଗଞାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ସୋମବାର ଦିନ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏଡିଏମ କବିନ୍ଦ୍ର କୁମାର ସାହୁ ଓ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଉପସ୍ଥିତ ରହି ୪୨୨ଟି ଅଭିଯୋଗର ଶୁଣାଣି କରିଥିବା ବେଳେ ୬ଗୋଟି ଅଭିଯୋଗର ସମାଧାନ ହୋଇଥିଲା ! ଋଷିକୂଲ୍ୟା ନଦୀର କୁଳଘାଇ ନିର୍ମାଣ, ସୁନାଥର ପଞ୍ଚାୟତରେ ଚାଷଜମିରୁ ଜଳନିଷ୍କାସନ, ଧାନକେଣ୍ଡା ରୋଗ ,ପୁରୁଷୋତ୍ତମପୁର ଏନ୍.ଏ.ଏସି ରୋଡ ନିର୍ମାଣ କରିବା ପାଇଁ ସାମୁହିକ ଅଭିଯୋଗ ହୋଇଥିଲା । ରେସନ କାର୍ଡ ,ଭତ୍ତା, ଆବାସ ସମ୍ପର୍କିତ ଅନେକ ଅଭିଯୋଗ ହୋଇଥିଲା । ପାଣ୍ଡିଆ ଗ୍ରାମର କିଡନୀ ରୋଗୀ ଅରୁଣ କୁମାର ସେଠିଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ୩ଜଣ ଦିବ୍ୟାଙ୍କଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ଏଥିରେ କୃଷି ସମାଧାନ ଶିବିର ଆୟୋଜିତ ହୋଇଥିବା ବେଳେ କୈଣସି ଚାଷୀଙ୍କୁ ଏହା ନେଇ ସୂଚନା ଦିଆଯାଇନଥିଲା । ଏହି ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତା ପଣ୍ଡା, ବିଡିଓ ସିମାଞ୍ଚଳ ମହାନ୍ତି, ଏବିଡିଓ ମଧୁସୂଦନ ମହାରଣା, ତହସିଲଦାର ଅରୁଣ କୁମାର ନାୟକ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ADVERTISEMENT