ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

7

ସାନଖେମୁଣ୍ଡି,୧।୧୦(ଏଜେନ୍ସି ) : ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମି ଗ୍ରାମ ପଞ୍ଚାୟତରେ ଦିଗପହଣ୍ଡି ଅବକାରୀ ବିଭାଗ ତରଫରୁ ଚଢ଼ଉ କରି ରଂଜିତ ସାହୁଙ୍କୁ ଗିରଫ କରିବା ସହ ୨.୭ ଲିଟର ବିଦେଶୀ ମଦ ଜବତ କରିବା ଜଣାପଡ଼ିଛି । ତାଙ୍କ ବିରୁଦ୍ଧରେ ଅବକାରୀ ମାମଲା ନଂ- ୩୨/୧୯- ୨୦ ଅନୁଯାୟୀ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । କିନ୍ତୁ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଅବକାରୀ ବିଭାଗର ସୂଚନା ପ୍ରକାରେ ରଞ୍ଜିତ ଦୀର୍ଘଦିନ ହେଲା ନିଜ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିଲେ । ଖବର ପାଇ ଅବକାରୀ ଏସଆଇ ଅଭିରାମ ସାହୁ, ଚିକିଟି ଅବକାରୀ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ଷଡଙ୍ଗୀ, ସହ ଅନ୍ୟ କର୍ମଚାରୀ ମାନେ ଚଢ଼ଉ କରିଥିଲେ ।

ADVERTISEMENT