ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାଗପୁର-ଦିଲ୍ଲୀ ଇଣ୍ଡିଗୋ ବିମାନ ଫେରିଲା,ବିମାନରେ ଥିଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ

ମହାରାଷ୍ଟ୍ର,୧୩/ o୮ (ଏଜେନସି ): ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହି ବିମାନରେ ବହୁ ଯାତ୍ରୀ ଥିଲେ,ଏବଂ ଏହି ଫ୍ଲାଇଟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଥିବା ସୂଚନା ମିଳିଛି । ତେବେ ୬ଇ ୬୩୬ ଫ୍ଲାଇଟଟି ଆଜି ସକାଳେ ନାଗପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହାକୁ ରନୱେରେ ଅଟକାଯାଇଥିଲା ବୋଲି ଖବର ମିଳିଛି,ଏହା ପରେ ବିମାନକୁ ରନୱେରୁ ଟେକ୍ ଅଫ୍ କରିବାକୁ ନିଷ୍ପତ୍ତି ନିଆଗଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।
ଯାନ୍ତ୍ରିକ ତ୍ରୁଟି ବିଷୟରେ ଆଗରୁ ଜଣା ପଡ଼ିଥିବାରୁ ଏକ ବଡ଼ ଧରଣର ନିଶ୍ଚିତ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଥିବା କୁହାଯାଉଛି ।

ADVERTISEMENT