ପାରଳାଖେମୁଣ୍ଡି ମହାବିଦ୍ୟାଳୟରେ ଏଡମିଶନ ଫିଜକୁ ନେଇ ଅଶାନ୍ତି

ପାରଳାଖେମୁଣ୍ଡି,୧୩/o୮ (ପ୍ରଭାତ କୁମାର ପାତ୍ର ): ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ମାନେଙ୍କ ମଧ୍ୟରେ ଆଡମିଶନ ଫିଜକୁ ନେଇ ଅଶାନ୍ତି ଦେଖାଦେଇଛି । ସମସ୍ୟା ସମାଧାନ ପାଇଁ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗ ଜଣାଇଛନ୍ତି ଯେ ,ଯେଉଁ ଛାତ୍ରଛାତ୍ରୀ ସରକାରୀ ମହାବିଦ୍ୟାଳୟ ଗୁଡିକରେ ସ୍ନାତକ ଓଡ଼ିଆ ବିଭାଗରେ ଏଡମିଶନ କରିଛନ୍ତି କେବଳ ପିଲାଙ୍କୁ ହଷ୍ଟେଲ ଫିଜ ବ୍ୟତୀତ ସେମାନଙ୍କ ଠାରୁ ଆଉ କୈାଣସି ଫିଜ ନିଆଯିବ ନାହିଁ ଏବଂ ଏ ସମ୍ପର୍କରେ ସମସ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଏହି ବିଜ୍ଞପ୍ତି ତଥା ଆଦେଶନାମା ଗତ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଲାଗୁ ହେବ ବୋଲି ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରକାସିତ ସରକାରୀ ବିଜ୍ଞପ୍ତି ପ୍ରତି ସମଗ୍ର ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଅବଞା ଓ ଅବମାନନା କରି ଛାତ୍ରଛାତ୍ରୀଙ୍କ ଠାରୁ ଚଳିତ ଥର ପୁନଃ ଆଡମିସନ ଫିଜ ବାବଦରେ ଜଣକ ପିଛା ୩୫୩୯ ଟଙ୍କା ନିଆଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗରେ ଜଣାଇଛନ୍ତି। ଅନ୍ୟ ପକ୍ଷରେ ମହାବିଦ୍ୟାଳୟ ଅଧ୍ୟାକ୍ଷଙ୍କୁ ଏ ସମ୍ପର୍କରେ ଦୁଇଥର ଲିଖିତ ଅଭିଯୋଗ ପତ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ମଧ୍ୟ ଏଥିପ୍ରତି କୈାଣସି ପଦକ୍ଷେପ ଗ୍ରହଣ କରାନଯାଇ ବର୍ତମାନ ପୁଣି ଛାତ୍ରଛାତ୍ରୀ ମାନଙ୍କୁ ରି-ଆଡିମସନ ପାଇଁ ନୋଟିସ୍ କରାଯାଇଛି। ଆହୁରି ଛାତ୍ରଛାତ୍ରୀ ମାନେ ଅଭିଯୋଗରେ ଜଣାଇଛନ୍ତି ଯେ ସରକାର ବିଞପ୍ତି ପ୍ରକାରେ ଆମେ ଆମର ଆଡମିସନ ପାଉଣା ଛାଡ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ପ୍ରଦତ୍ତ ଚିଠି ସହ ଏକ ଦରଖାସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ସାକ୍ଷାତ ଆଲୋଚନା କରି ଗତ ୫/୮/୨୦୧୯ ରେ ନିବେଦନ ଦରଖାସ୍ତ ଦେଇଥିଲୁ ହେଲେ ଏ ଦିଗରେ କୌଣସି ଉତ୍ତର ନମିଳିବାରୁ ଆମେ ପୁଣି ଗତ ୧୦/୮/୨୦୧୯ ରେ ମିଶିଥିଲୁ । ହେଲେ ଏ ସମ୍ପର୍କରେ ଆମକୁ କୁହାଯାଇଥିଲା ଯେ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଠାରୁ ଯେଉଁ ବିଜ୍ଞପ୍ତି ବାହାରିଛି ବା ଆସିଛି ତହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଫେକ୍, ନକଲି ବୋଲି କହିଥିଲେ । ଛାତ୍ରଛାତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ହସ୍ତଖତ ଥାଇ ପ୍ରକାଶିତ ବିଜ୍ଞପ୍ତି ମିଥ୍ୟା, ଫେକ୍, ନକଲି ତେବେ ଏ ସମ୍ପର୍କରେ ଆବଶ୍ୟକ ସତ୍ୟାସତ୍ୟ ତଦନ୍ତ ହେବା ଜରୁରୀ ବୋଲି ଛାତ୍ରଛାତ୍ରୀ ମାନେ ଅଡି-ବସିଛନ୍ତି। ଏହି ଅବସରରେ ସ୍ନାତକ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ସଭାଯାତ୍ର ବାହାରି ରାସ୍ତାରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ADVERTISEMENT