ଓଡିଶା କୃଷକ ସଭା ତରଫରୁ ବିଶାଳ ଜନସଭା

15

ବ୍ରହ୍ମପୁର,୧।୧୦(ଏଜେନ୍ସି): ଗତ ସୋମବାର ଦିନ ଅପରାନ୍ନ ପାଞ୍ଚ ଘଣ୍ଟା ସମୟରେ ଅଙ୍କୋଲି ହାଇ ସ୍କୂଲ ଛକ ଠାରେ ଓଡିଶା କୃଷକ ,ଗଞ୍ଜାମଜିଲ୍ଲା କମିଟି ତରଫରୁ ଏକ ଜଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଚାଷୀକୁ ସମସ୍ତ ପ୍ରକାର ଋଣବୋଝରୁ ମୁକ୍ତ କରିବା ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ୩000 ଟଙ୍କା ପ୍ରଦାନ କରିବା , ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା ସହିତ ସେମାନଙ୍କୁ ସେମାନଙ୍କ ନାମକୁ ସରକାରୀ ସ୍ତରରେ ପଞ୍ଜିକରଣ କରିବା ଓ ଷାଠିଏ ବର୍ଷ ପରେ ସମସ୍ତ ଚାଷୀଙ୍କୁ ମାସିକ ୫000ଟଙ୍କା ପେନସନ ପ୍ରଦାନ ଭଳି ଦାବିମାନ ରହିଥିଲା । ଉକ୍ତ ସଭାରେ ଅଖିଳ ଭାରତ କୃଷକ ସାଭର ବିଜୁ କ୍ରିଷ୍ଣାନ, ଓଡିଶା କୃଷକ ସଭାର ରାଜ୍ୟ ଉପ ସଭାପତି ଜଗନ୍ନାଥ ମିଶ୍ର,କୃଷକ ନେତା ବାବୁଲା ନାୟକ,ଓଡିଶା କୃଷକ ସଭାର ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, ପି. ହରିକୃଷ୍ଣ ରେଡି, ଗୋପାଳ ପାଣିଗ୍ରାହୀ, ଓଡିଶା କୃଷକ ସାଭର ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ADVERTISEMENT