ପିଲାଙ୍କ ପିଠିରେ ଓଜନିଆ ବସ୍ତାନି ସରକାରୀ ନିୟମକୁ ଖୁଲମ୍ ଖଲା ଉଲଂଘନ

10

ବ୍ରହ୍ମପୁର,୧।୧୦(ଏଜେନ୍ସି) : କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତି ଓ ଶାରୀରିକ ସ୍ତରରେ ସୁସ୍ଥ ରଖିବା ପାଇଁ କଡା କଡୀ ଭାବେ ପ୍ରଚଳିତ ଗାଇଡ ଲାଇନକୁ ପାଳନ କରିବାକୁ ପ୍ରତିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା । ଏଥିରେ ଆବଶ୍ୟକତା ଠାରୁ ଅଧିକ ପାଠ ପଢା ଓ ଅଧିକ ଖାତା ବହି କ୍ରୟ କରିବା, ଟାସ୍କ ଦେବା ଖାସ କରି ପିଲାଙ୍କୁ ବସ୍ତାନ ବୋଝକୁ ହାଲୁକା କରିବା ନେଇ କେନ୍ଦ୍ର ସରକାର ତରଫରୁ କଡା ନିର୍ଦ୍ଧେଶ ଦିଆଯାଇଥିଲା । ଏଥିରେ ପିଲାଙ୍କୁ ମୋଟ ୧0 ଭାଗରୁ ୧ଭାଗ ବ୍ୟାଗର ଓଜନ ରହିବା ପାଇଁ ଶ୍ରେଣୀ ଅନୁସାରେ ବେଗର ଓଜନ ସ୍ଥିର କରାଯାଇଥିଲା । କେବଳ ସ୍କୂଲ ବ୍ୟାଗର ଓଜନ କମାଇବା ପାଇଁ ନୁହେଁ, ଏଥି ସହିତ ପ୍ରଥମ ଓ ଦ୍ୱିତିୟ ଶ୍ରେଣୀର ପିଲାଙ୍କୁ ହୋମ୍ୱାର୍କ ନ ଦେବା ପାଇଁ ଚିଠିରେ ନିର୍ଦ୍ଧେଶ ଦିଆଯାଇଛି ।
ଏବେ ଆସନ୍ତୁ ଜାଣିବା, କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ରହିବ ସ୍କୂଲ ବ୍ୟାଗର ଓଜନ ? ପ୍ରଥମ ଶ୍ରେଣୀ ପିଲାଙ୍କ ପିଲାଙ୍କ ୧.୫ କିଲୋଗ୍ରାମ (ଦେଢ଼କିଲୋ) । ସେହିପରି ତୃତୀୟ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟାଗର ଓଜନ ରହିବ୨-୩କିଲୋଗ୍ରାମ । ଷଷ୍ଟ ଓ ସପ୍ତମ ଶ୍ରେଣୀ ପାଇଁ୪ କିଲୋଗ୍ରାମ, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ପାଇଁ ୪.୫ (ସାଢେ ଚାରିକିଲୋ )ଓ ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ୫କିଲୋ ରହିବ ସ୍କୂଲ ବ୍ୟାଗ ର ଓଜନ ।

ADVERTISEMENT