ଆସ୍କାରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ତଥା ପୋଷାକ ବିତରଣ ମେଳା ଅନୁଷ୍ଠିତ

43

ବ୍ରହ୍ମପୁର,୧।୧୦(ଡି.ଏଚ / ଈ.ରଞ୍ଜନ ) : ଆସ୍କାର୍ଡ ଠାରେ ୧ତାରିଖ ମଙ୍ଗଳ ବାର ଦିନ ସ୍ଥାନୀୟ ଆସ୍କାରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ପୋଷାକ ବିତରଣ ମେଳା ତଥା ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ରଚାଉ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ରଙ୍ଗେଈଲୁଣ୍ଡା ଗୋଷ୍ଟି ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତୀ ମହାପାତ୍ର, ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ ,ପୂର୍ବତନ ବିଡିଏ ଚେୟାରମ୍ୟାନ ଶ୍ରୀ ସୁଭାଷ ଚନ୍ଦ୍ର ମହାରଣା, ୱାର୍ଡନଂ ୭ର କର୍ପୋରେଟର ଶ୍ରୀ ରାକେଶ ସାହୁ( ପୂର୍ବତନ)ଆସ୍କାରୋଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଉଷାରାଣି ମହାପାତ୍ର, ସମାଜ ସେବି ଶ୍ରୀ ଗୋପାଳ ବଲ୍ଳଭ ପାଣିଗ୍ରାହୀ, smc ଅଧକ୍ଷ ଶ୍ରୀ ସୁବ୍ରତ ଶତପଥୀ, ସି.ଆର. ସି..ସି ଶ୍ରୀ ଜୟାଶେଣ ପ୍ରଧାନ ସମ୍ମାନିତ ଅତିଥିରୂପେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାମିନୀ ପାଠୀ ଅତିଥି ପରିଚୟ ପ୍ରଦାନ କରିବା ପରେ ଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୪୦ଟି ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଉଦ୍ଘାଟନ ହୋଇଥିଲା । ଏଥିରେ ବିଚାରକ ରୂପେ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଦୁଃଖିଶ୍ୟାମ ପ୍ରଧାନ ଯୋଗ ଦେଇଥିଲେ । ପ୍ରାଥମିକ ସ୍ତରରେ ବିଜ୍ଞାନ ପ୍ରକଳ୍ପ ସକାଶେ ମାନସୀ ବେହେରା -ପ୍ରଥମ ଓ ସି ଏଚ ରିକୁଁ ଆଚାରି ତଥା ଖୁସି ବେହେରା ଦ୍ୱିତିୟ ତଥା ତଥା ଉଛ ପ୍ରାଥମିକ ସ୍ତରରେ ଧ୍ରୁବ ମହାପାତ୍ର -ପ୍ରଥମ ଓ ଶୁଭଶ୍ରୀ ପଣ୍ଡା ତଥା ରୁଦ୍ର ପ୍ରସାଦ ସାହୁ -ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ । ତତ୍ପରେ ବିଦ୍ୟାଳୟ ରେ ଅଧୟନ ରତ୨୨୧ ଜଣ ଶିକ୍ଷାର୍ଥୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜେଶ କୁମାର ତାରିଣୀ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଶିକ୍ଷୟତ୍ରୀ ଶ୍ରୀମତୀ ରୀନା ସାହୁ, ସୁନିତା ଧର, ସୁନିତ ପଟନାୟକ, ଭବାନୀ ଆଚାର୍ଯ୍ୟ, ଓ ଅସ୍ମିତା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପରିଚାଳନା କକ୍ଷରେ ଅନ୍ୟାନ୍ୟ ସଦସ୍ୟ, ସି.ଆର.ସି. ସି. ତଥା ଅଭିଭାଭକ ଉପସ୍ଥିତ ଥିଲେ ।

ADVERTISEMENT