ଗାନ୍ଧୀ ଜୟନ୍ତି ଅବସରରେ ଜଗଦଳପୁର ଠାରୁ ନୂତନ ବସ ଶୁଭାରମ୍ଭ

14

କୁକୁଡ଼ାଖଣ୍ଡି,୨।୧୦( ଈ.ରଞ୍ଜନ ) : ବ୍ଲକ ଅନ୍ତର୍ଗତ ଅବା ବ୍ରହ୍ମପୁର ନିକଟବର୍ତ୍ତୀ ଅଞ୍ଚଳ ବା ସହିଦ ଶ୍ରୀନିବାସ ମାର୍ଗ ରୋଡରେ ପ୍ରତିଦିନ ସହ ସହ ମହିଳା ଓ ପୁରୁଷ ଶ୍ରମିକ, କଲେଜ ଛାତ୍ରଛାତ୍ରୀ ସମେତ ସାଧାରଣ ଲୋକ ଗ୍ରାମରୁ ଅନ୍ୟ ଗ୍ରାମ ଦେଇ ବ୍ରହ୍ମପୁର ବା ଅନ୍ୟ କୋଣସି ଗ୍ରାମକୁ ଯିବା ପାଇଁ ସହ ସହ ଟଙ୍କା ଖର୍ଚ୍ଚ କରିବା ପାଇଁ କୁଣ୍ଟିତ ମନବୋଧ ସହ କରି ଗାଡି ଭଡା କରି ଯାଉଥିଲେ l ଆଜି ଏହି ଦୁଃଖକୁ ସୁଖରେ ପରିବର୍ତ୍ତନ ସହ ହସ ମୁହଁରେ ଆଜି ଏହି ବସ୍ ରେ ଚଢି ଗର୍ବିତ ଅନୁଭବ କରିଛନ୍ତି l ଗ୍ରାମ କିଛି ଭଦ୍ର ଲୋକ ଓ ଗ୍ରାମର ସମାଜସେବାରେ ନିୟଜିତ ଥିବା ଯୁବଛାତ୍ରଙ୍କ ପ୍ରଚେଷ୍ଟାରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ବସ ଚଳlଚଳ ନିମନ୍ତେ ଦାବି ଉପସ୍ଥାପନ ଦୃଷ୍ଟିରେ ରଖି ଗ୍ରାମବାସି ଓ ବୁଦ୍ଧିଯିବି ମାନେ ଉପ ଜିଲ୍ଲାପାଳ ସିନ୍ଦେତ୍ରୟl ଦତ୍ତ ବାହୁସାହେବଙ୍କୁ ସାଧୁବାଦ ଜଣାଇବା ସହ ଯୁବଛାତ୍ର ଓ କିଛି ସମାଜ ସେବୀଙ୍କୁ ସେହି ଅଞ୍ଚଳର ଲୋକେ ଧନ୍ୟବାଦ ଦେଇଥିଲେ l ଆଜିର ଦିନ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଜଗଦଳପୁର ଠାକୁରାଣୀ ମନ୍ଦିର ଠାରେ ବସକୁ ସରପଞ୍ଚ ଗ୍ରାମର ଛାତ୍ର ସମାଜ ଉପସ୍ଥିତରେ ପୂଜା ଅର୍ଚନା କରାଯିବା ସହ ସବୁଜ ସଂକେତ ଦେଖାଇ ବସ୍ ଚଳା ଚଳ ଶୁଭାରମ୍ଭ କରାଗଲା, ଏହା ଜଗଦଳପୁର ଠାରୁ ନିମଖଣ୍ଡି, ଲୋଚାପଡା, ଗେଟ ବଜ଼ାର ଦେଇ ହଳଦିଆପଦର ନୂତନ ବସ ଷ୍ଟାଣ୍ଡ ଯିବା ନିମନ୍ତେ ଏହି ସଂକେତ ଦିଆ ଯାଇଥିଲା l ଏଥିରେ ସରପଞ୍ଚ ହାଡୁବନ୍ଧୁ ବେହେରା,ବାବୁଲା ପାତ୍ର,ସୁଦାମ ପାତ୍ର, ପଞ୍ଚାନନ ସାହୁ, ସୀମାଞ୍ଚଳ ବେହେରା, ବୁଲା ପାତ୍ର, ପ୍ରଦୀପ ପାତ୍ର,ମୋନଜ ପାତ୍ର, ମୁନା ସାହୁ ସହ ବହୁ ଛାତ୍ର ଉପସ୍ଥିତ ଥିଲେ l ଏବଂ ଏହି ସରକାରୀ ବସ ଟି ପ୍ରତିଦିନ ସକାଳ ପ୍ରାୟ ୯.୩୦ମିନଟରୁ ମଧ୍ୟ୍ୟହ୍ନ ସମୟ ୨.୦୦ଟା ଏବଂ ସନ୍ଧ୍ୟା ୬.୦୦ ସମୟରେ ଏହି ନୂତନ ବସ ଚଳlଚଳ କରିବ ବୋଲି ସୂଚନା ମିଳିଛି l

ADVERTISEMENT