ଫେଲ ମାରୁଛି ବାଲ୍ୟ ବିବାହ ବିରୋଧୀ ସଚେତନତା

21

ଦିଗପହଣ୍ଡି,୨।୧୦(ଏଜେନ୍ସି) : ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା ସରକାର ନାନାଦି ଜନ ହିତକର ସଚେତନ କାର୍ଯ୍ୟକ୍ରମ ହାତକୁ ନେଇ କନ୍ୟା ସନ୍ତାନର ଗୁରୁତ୍ୱକୁ ସାମାଜିକ ସ୍ତରରେ ପ୍ରୋତ୍ସାହିତ କରୁଥିବା ବେଳେ ଏହାର ପ୍ରଭାବ ଜନ ସାଧାରଣରେ ପ୍ରଭାବ ପଡୁ ନଥିବା ଭଳି ଲାଗୁଛି । ସରକାରଙ୍କ ଦ୍ୱାରା କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ଧର୍ମକୁ ଆଖି ଠାର ଭଳି ବାଧ୍ୟ ବାଧ୍ୟବତାରେ କରାଯିବ ସହିତ ଏହାର ପ୍ରଭାବ ସମ୍ୱନ୍ଧରେ ଆକଳନ କରାଯାଉନଥିବାରୁ ଯୋଜନା ସମ୍ୱନ୍ଧୀୟ ସଚେତନତା ବହୁ ଆଡମ୍ବରରେ ଲଘୁକ୍ରିୟା ହୋଇଅଛି । ବିକାଶ ଅପହଞ୍ଚ କାରଣରୁ ଅବ୍ୟାବଧି ପାରମ୍ପରିକ ସଂସ୍କୃତି ପ୍ରକାରେ ଆଦିବାସୀ କିଶୋରି ଓ କିଶୋରଙ୍କ ପ୍ରେମ ବ୍ୟାପାର ସହିତ ସମାଜର ସ୍ୱୀକୃତି ନଥାଇ ନାବାଳିକା ବିବାହ ହେଉଥିବା ଦେଖିବାକୁ ମିଳୁଛି ଏବଂ ଏହି ବିବାହର ସୂତ୍ର ବୁଝିନପାରି ଜ୍ୟେନିକ ୧୪ବର୍ଷୀୟ ନାବାଳିକା ଆଦିବାସୀ କିଶୋରୀ ନିଜ ପ୍ରେମୀକର ଅନୁପସ୍ଥିତରେ ଠାରୁ ନିଖୋଜ ରହି ଆତ୍ମହତ୍ୟା କରିଥିବା ବିଷୟ ସଂପ୍ରତି ଆଲୋଚ୍ୟ ବିଷୟ ହୋଇଅଛି। ଘଟଣାସ୍ଥଳ ଓ ମିଳିଥିବା ତଥ୍ୟ ପ୍ରକାରେ ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମ ନଗର ନିବାସୀ ବାବୁଲା ଗମାଙ୍ଗଙ୍କ ପୁଅ ଶିବରାମ ଗମାଙ୍ଗଙ୍କ ବ-୧୮ ସହିତ ପଡିଆ ଗ୍ରାମ ଝୋଳ ସାହିର ମମିତା ବଦରଇତଙ୍କ ବହୁ ଦିନର ପ୍ରେମ ସମ୍ପର୍କ ଥିଲା। ୬ଷ୍ଠ ଶ୍ରେଣୀରେ ଆଡପଡା ସ୍ଥିତ କସ୍ତୁରବା ଆବାସିକ ବିଦ୍ୟାଳୟରେ ପଡୁଥିବା ଏହି ୧୪ବର୍ଷୀୟ ନାବାଳିକା ଗତ ୬ମାସ ଧରି ଶିବରାମ ଘରେ ରହୁଥିବା ସହ ପରିବାର ସଦସ୍ୟା ଭାବେ ରହୁଥିଲେ। ଉଭୟ ପରିବାର ଏହି ଘଟଣାକୁ ସ୍ୱୀକୃତି ଦେଇଥିଲେ ମଧ୍ୟ ସାମାଜିକ ବ୍ୟବସ୍ଥା ଅନୁଯାୟୀ ଶବର ସମାଜରେ ପରିବର୍ତିତ ଧାରା ପ୍ରକାରେ ନାବାଳିକା ବିବାହ ନଥିବାରୁ ଏମାନଙ୍କୁ ବିବାହ ସ୍ୱୀକୃତି ନଥିଲା । ଅନ୍ୟପକ୍ଷରେ ଶିବରାମ ନିଜ ଜୀବିକା ଅନ୍ୱେଷଣରେ ଗାଡି ଚଳାଇବା ନିମିତ୍ତ ବାହାରେ ରହୁଥିବା ପରିପ୍ରେକ୍ଷୀରେ ନମିତା ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଶିବରାମଙ୍କ ପରିବାର କନ୍ୟା ପିତାଙ୍କ ପରିବାର ସହିତ ଝିଅ ନିଖୋଜ ଥିବା ଖବର ପରେ ଉଭୟ ପରିବାର ନମିତାଙ୍କୁ ଖୋଜାଖୋଜି କରିଥିଲେ। ଏହି ସମୟରେ ସୋମବାର ପୂର୍ବାହ୍ନ ଏଗାର ଘଣ୍ଟ ସମୟରେ ସ୍ତାନୀୟ ଲୋକ ନାବାଳିକାକୁ ବେକରେ ଦଉଡି ଲଗାଇ ଗଛଡ଼ାଳରେ ଝୁଲୁ ଥିବା ଦେଖିବାକୁ ପାଇଥିଲେ। ଉଭୟ ପରିବାରର ସାମାଜିକ ବ୍ୟବସ୍ଥା ଏବଂ ଆଇନ ଗତ ଦିଗରେ ଭୟାବହତା କାରଣରୁ ଶିବରାମ ଆସିବ ଅପେକ୍ଷାରେ ଥାଇ ଘଟଣାକୁ କାହାକୁ ଜଣାଇନଥିଲେ। ଅନ୍ୟପକ୍ଷରେ ତୁଣ୍ଡବାଇଦ ସହସ୍ର କୋଷ ନ୍ୟାୟରେ ଆତ୍ମହତ୍ୟାର କଦର୍ଯ୍ୟ ଚିତ୍ର ସୋସିଆଲ ମିଡିଆରେ ଆସିବାରୁ ଆଜି ମଙ୍ଗଳବାର ପାଟପୁର ପକ୍ଷରୁ ପୋଲିସ ତନାଘନା ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଉଧାର କରିଥିଲେ। ସାନଖେମୁଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଶ୍ରୀ ଅମିତ କୁମାର ନାୟକଙ୍କ ଉପସ୍ଥିତରେ ଶବକୁ ପଞ୍ଚନାମ କରାଯାଇ ବ୍ୟବଚ୍ଛେଦର ବ୍ୟବସ୍ତା କରାଯାଇଥିଲା । ପାଟପୁର ଥାନାଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଘଟଣାର ରହସ୍ୟ ଉନ୍ମୋଚିତ ହେବା ଆଶା କରାଯାଉଛି ।

ADVERTISEMENT