ବାଲିଗୁଡାରେ ଆଦିବାସୀ ଓ ହରିଜନ ଉନ୍ନୟନ ସଂସ୍ଥା ତରଫରୁ କୁକୁଡ଼ା ପାଳନ ତାଲିମ ଶିବିର

21

କନ୍ଧମାଳ,୨।୧୦(ଏଜେନ୍ସି) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ କୁକୁଡ଼ା ପାଳନ ତାଲିମ ଶିବିର ପାଳନ କରାଯାଇଥିଲା ଏହି ତାଲିମ ଶିବିର ଆଦିବାସୀ ହରିଜନ ଉନ୍ନୟନ ସଂସ୍ଥା ଅଫିସରେ ଥିବା ସଭାଗୃହ ଠାରେ ଅନୁଷ୍ଠିତ କରାଯାଇଥିଲା । ଏହି ତାଲିମ ଶିବିରରେ ବାଲିଗୁଡା, କେ.ନୂଆଗାଁ, ଟୀକାବାଲିର ଦଶଟି ସ୍ୱୟଂ ସହାୟକ ଗୋଷ୍ଠୀର ଦଶଟି ଗ୍ରୁପ ଯୋଗଦେଇଥିଲେ । ଏହି ତାଲିମରେ ନିଜର ରୋଜଗାର କିପରିଭାବେ ଅଧିକ ହେବ ସେ ନେଇ ଆଲୋଚନା ହୋଇଥିଲା । ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ରୂପେ ଆଦିବାସୀ ଓ ହରିଜନ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ରଞ୍ଜିତ, ଉପାସନା ଟ୍ରଷ୍ଟର ପୁଷ୍ପଲତା ସାହୁ, ରଜନୀ ବେଉରା, ସନ୍ତୋଷ ପଟ୍ଟନାୟକ, ଖିରୋଦ ଚନ୍ଦ୍ର ବେଉରା ଯୋଗଦେଇଥିଲେ ଏହି କୁକୁଡ଼ା ଚାଷର ସମସ୍ତ ଟଙ୍କା ଆଦିବାସୀ ଓ ହରିଜନ ଉନ୍ନୟନ ସଂସ୍ଥା ବାଲିଗୁଡା ଖର୍ଚ୍ଚ କରିବ ବୋଲି କହିଥିଲେ ।

ADVERTISEMENT