ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ତରଫରୁ ଜାତୀୟ ପୁଷ୍ଟିକର ମାସ ପାଳନ

29

କନ୍ଧମାଳ,୨।୧୦(ଡି.ଏଚ / ଏଜେନ୍ସି) : କନ୍ଧମାଳ ଜିଲ୍ଲା ଭାରତ ସରକାର ଆଦିବାସୀ ମନ୍ତ୍ରଳୟ ଓ ଓଡିଶା ସରକାରଙ୍କ ଆଦିବାସୀ ଓ ହରିଜନ ବିଭାଗର ନିର୍ଦ୍ଦେଶ କ୍ରମେ କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ପଞ୍ଚାୟତଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ତରଫରୁ ଜାତୀୟ ପୁଷ୍ଟିକର ମାସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ ଚାରି ପାଖରେ ସମସ୍ତ ପ୍ରକାର ପରିବାର ଚାରା ରୋପଣ କରାଯାଇଥିଲା । ଏହା ସହ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଉଚ୍ଚତା, ଓଜନ କରାଯାଇଥିବା ସହ ଆଇରନ ବଟିକା ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧକ୍ଷ ପି. ସାଇରମ. ପାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ADVERTISEMENT