ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ

22

ପାରଳାଖେମୁଣ୍ଡି,୨।୧୦( ପ୍ରଭାତ ପାତ୍ର ) : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବସନ୍ତ ନିବାସ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଜିଲ୍ଲାପାଳଙ୍କ ସମେତ ବହୁ ପଦାଧିକାରୀ ବୃକ୍ଷ ରୋପଣ କରିଥିଲେ। ଏ ସଂକ୍ରାନ୍ତୀୟ ଜନସାଧାରଣଙ୍କୁ ସୁସ୍ଥ ସମାଜର ଆହ୍ବାନ ନେଇ ଏକ ବିଶାଳ ସାଇକେଲ ରାଲିକୁ ଜିଲ୍ଲାପାଳ ଅନୁପମ ସାହା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏହା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲା । ସେଠାରେ ଜିଲ୍ଲାପାଳ, ବିଧାୟକ, ଆରକ୍ଷୀ ନିରୀକ୍ଷକ ପ୍ରମୁଖ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଯୁବ ସମାବେଶ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି, ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ପରେ ଗାନ୍ଧିଜୀଙ୍କ ଜାବନୀ ଆଧାରିତ କବିତା ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟରେ ପୈାରହିତ୍ୟ କରିଥିଲେ । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୈାରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ADVERTISEMENT