ଡ଼େଙ୍ଗାପଦର ଗ୍ରାମରେ ବିଜେଡ଼ିର ଜନସମ୍ପର୍କ ପଦ ଯାତ୍ରା

11

ଡ଼େଙ୍ଗାପଦର,୨।୧୦(ଏଜେନ୍ସି) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ ଚୌଧୁରୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଡେଙ୍ଗାପଦର ଗ୍ରାମର ମୁଖ୍ୟରାସ୍ତାରୁ ବାହାରି ଗ୍ରାମ ପରିକ୍ରମା କରି ପଂଚାୟତ କାର୍ଯ୍ୟାଳୟ ଠାରେ ଗୋଟିଏ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବ୍ଲକ ଚେୟାରମ୍ୟାନ କମାକ୍ଷାପ୍ରସାଦ ପାତ୍ର, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ଡେଙ୍ଗାପଦର ସରପଞ୍ଚ ସୀତାରାମ ସାହୁ , ସମିତି ସଭ୍ୟା ମାମିନି ମଲ୍ଲିକ, ପାଇକାରି ଭଣ୍ଡାର ସଭାପତି ସୁଧୀର ରାଉତ ଯୋଗଦାନ କରିଥିଲେ । ଏହି ପଦଯାତ୍ରା ସେପ୍ଟେମ୍ବର ୦୨ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ପଂଚାୟତରେ ଚାଲିବ । ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନସାଧାରଣଙ୍କୁ ଅହିଂସା ଆପଣେଇବା ଓ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜ୍ଜନ କରିବା ବିଷୟରେ ସଚେତନ କରାଯାଇଥିଲା । ଏଥି ସହିତ ନବୀନ ସରକାରଙ୍କ ଜନସାଧାରଣଙ୍କ ଉନ୍ନତି ପାଇଁ ଯେଉଁ ଯୋଜନା ଗୁଡିକ ଲାଗୁ କରାଯାଇଛି, ସେହି ବିଷୟରେ ବକ୍ତା ମାନେ ଲୋକଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମହରି ଜେନା, ଗୋବିନ୍ଦ ଗୌଡ଼, ନରସିଂହ ସାହୁ, ରଘୁ ପାତ୍ର, ଭଗବାନ ସ୍ୱାଇଁ , ଦଣ୍ଡ ପଣ୍ଡା, କାଳୁ ବେହେରା , ଶିବରାମ ପାତ୍ରଙ୍କ ସମେତ ଶତାଧିକ ବିଜୁପ୍ରେମୀ ଜଗଦାନ କରିଥିଲେ ।

ADVERTISEMENT