ସରସ୍ଵତୀ ଶିଶୁ ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

53

କୁକୁଡ଼ାଖଣ୍ଡି,୨।୧୦( ଈ.ରଞ୍ଜନ ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ୧୫୦ ତମ ମହାତ୍ମାଗାନ୍ଧୀ ଏବଂ ଲାଲ ବlହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଏକା କାଳୀନ ଭାବେ ପାଳିତ ହଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ର ମୋହନ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଶିବ ପ୍ରସାଦ ଦାଶ ଯୋଗ ଦେଇ ଇତିହାସରେ ଉଲ୍ଲେଖ ଥିବା ପାଠ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ପ୍ରଧାନ କରିଥିଲେ l ଏବଂ ଲାଲ ବହାଦୁର ଶାସ୍ତ୍ରୀଙ୍କ ସ୍ମୁତି ଚlରଣ କରିବା ସହ ଜାତୀୟ ସଂଗ୍ରାମୀ ମାନଙ୍କ ଉପରେ ଆଲୋଚନା କରାଯାଇଥିଲା l ବିଦ୍ୟାଳ ର ସଭାପତି ଦାୟିତ୍ୱ ଥିବା ଡା.ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଏହି ଉତ୍ସବ ରେ ଯୋଗ ଦେଇ ଆଜିର ଇତିହାସର ମହାଜନଙ୍କ ଆଦର୍ଶ ଅନୁପ୍ରାଣିତ ଉପସ୍ଥିତ ଶିଶୁ ଙ୍କୁ ପରାମର୍ଶ ଦେଇଥିଲେ l ବିପିନ ବିହାରୀ ସାହୁ ସମ୍ପାଦକ ଭାବେ ଦାୟିତ୍ୱ ସମ୍ପାଦନ କରି ଏହି ମହାନାୟକ ଉପରେ ପାଠ କରିଥିଲେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟରେ ସତ୍ୟନାରାୟଣ ଆଚାର୍ଯ୍ୟ ଥିଲେ ବକୃତା, ହସ୍ତାକ୍ଷର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ lସସ୍ମିତା ରାଣୀ ପାଣିଗ୍ରାହୀ ଉପସ୍ଥିତରେ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

ADVERTISEMENT