ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ :

24

ଆସ୍କା,୩/୧୦(ଗୁରୁ ପ୍ରାସାଦ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସିକା ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏବଂ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ଅଫିସ୍ ରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି ଓ କିଛି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ଅଫିସ ଉଦଘାଟନ ହୋଇଛି । ମାନ୍ୟବର ଆସିକା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଓ ସାଂସଦଙ୍କ ନେତୃତ୍ବରେ ଆସିକା ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ବ୍ଲକ ଅଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମାଜ ସେବୀ କାଳୁ ଚରଣ ପାତ୍ର, ବାଳକୃଷ୍ଣ ବେହେରା,ବିଭୁପ୍ରୀୟା ସାହୁ ସମେତ ବହୁ ସମାଜସେବାଏବଂ ବିଜୁ ଜନତା ଦଳର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ ।

ADVERTISEMENT