ଗୋଟିଏ ଟ୍ରାକଟର ଏକ ବାଇକକୁ ଧକ୍କା ଦେବା ଫଳରେ ତିନି ଗୁରୁତର

17

ମୋହନା,୩/୧୦(ସାହେବ ନାୟକ ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡଖଣି ଛକରେ ଏକ ବାଇକ (ଓ .ଡି.୦୭ଇ ୫୯୨୮) ରେ ତିନି ଜଣ ଯାଉଥିବା ସମୟରେ ଏକ ଟ୍ରାକଟର (ଓଡି୨୦ଏ୪୦୩୫) ତାଙ୍କୁ ଧକ୍କା ଦେଇ ଚାଲିଗଲା । ବାଇକ ଆରୋହୀ ମାନେ ଆହାତ,ଏହି ତିନି ଜଣ ହେଉଛନ୍ତି ସିଲୁ ଲହର, ମୋରେନ ବେହେରା , ଓ ଅଜୟ ନାୟକ, ଏହି ତିନି ଜଣ ଗୋବିନ୍ଦପୁର ନିବାସୀ ଅଟନ୍ତି । ଖବର ପାଇ ମୋହନା ଥାନା ଏସଆଇ ଲଳିତ ମୋହନ ସାଗରଙ୍କ ସମେତ ପୁଲିସ କର୍ମଚାରୀ ମାନେ ଆହତ ବ୍ୟକ୍ତି ମାନଙ୍କୁ ମୋହନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କଲେ, କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠା ଯାଇଅଛି । ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି ।

ADVERTISEMENT