ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି, ସେମାନେ ୫ ଓ ୭ ତାରିଖରେ ଗାଡ଼ି ରେଜିଷ୍ଟ୍ରେସନ୍ କରିପାରିବେ

25

ବ୍ରହ୍ମପୁର ,୩/୧୦(ଗୁରୁପ୍ରସାଦ ):ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି, ସେମାନେ ୫ ଓ ୭ ତାରିଖରେ ଗାଡ଼ି ରେଜିଷ୍ଟ୍ରେସନ୍ କରିପାରିବେ। ଏହି ୨ ଦିନ ଆର୍‌ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିସହ ବିନା ରେଜିଷ୍ଟ୍ରେସନରେ ଯେପରି ଗାଡ଼ି ବିକ୍ରି ନ ହୁଏ, ସେ ନେଇ ତଦାରଖ କରିବାକୁ କମିଶନର ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅକ୍ଟୋବର ୫ରୁ ୮ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ଥିବାରୁ ଏହି ଦିନରେ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବନାହିଁ ।

ADVERTISEMENT